ସୁରକ୍ଷାକର୍ମୀଙ୍କ ଗୁଳିରେ ୟୁକେଏନ୍ଏର ୪ ଆତଙ୍କବାଦୀ ନିହତ

youtube

ଇମ୍ଫାଲ୍ : ମଣିପୁରରେ ଗାଁରେ ଲୁଚି ରହିଥିବା ୪ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି । ୪ଜଣ ଆତଙ୍କବାଦୀ ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି (ୟୁକେଏନ୍ଏ) ର ସଦସ୍ୟ ଥିବା ସୂଚନା ମିଳିଛି । ୟୁକେଏନ୍ଏ ର ଆତଙ୍କବାଦୀ କିଛିଦିନ ପୂର୍ବରୁ ଜଣେ ଗ୍ରାମମୁଖ୍ୟଙ୍କୁ ହତ୍ୟା ଏବଂ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବା ଭଳି ଘଟଣା ଘଟାଇଥିଲେ । ଆଜି ସକାଳେ ମଣିପୁରରେ ସୁରକ୍ଷା ବାହିନୀ ସହିତ ୟୁକେଏନ୍ଏ ର ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୟୁକେଏନ୍ଏ ର ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି । ୟୁକେଏନ୍ଏ ର ଅତ୍ୟାଚାର ପରେ ଆସାମ ରାଇଫଲ୍ସ ଓ ଉତ୍ତର-ପୂର୍ବ ସେଣ୍ଟିନେଲ୍ସ ଏହି ଅଭିଯାନ ଆରମ୍ଭ କରିଥିଲେ । ମଣିପୁରର ଚୁରାଚାନ୍ଦପୁର ଜିଲାରୁ ୮୦କିମି ଦୂରରେ ଥିବା ଖାନପି ଗାଁର ଏକ ଘରେ ୧୭ ଜଣ ୟୁକେଏନ୍ଏ ଆତଙ୍କବାଦୀ ଆଶ୍ରୟ ନେଇଥିବାର ଖବର ପାଇ ସେନାମାନେ ସେଠାରେ ପହଞ୍ଚିଥିଲେ । ୧୭ଜଣଙ୍କ ମଧ୍ୟରୁ ଜଣେ ସେନାଦ୍ଵାରା ଧରାପଡ଼ିଥିବାବେଳେ ବାକି ମାନେ ଖସିଯିବାରେ ସଫଳ ହୋଇଛନ୍ତି । ଗୁଳିବିନିମୟରେ ୪ ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.