ବିଳାସପୁରରେ ମାଲବାହୀ ଟ୍ରେନକୁ ଧକ୍କା ଦେଲା ପାସେଞ୍ଜର, ୧୦ ମୃତ

youtube

ବିଳାସପୁର : ଛତିଶଗଡ ବିଳାସପୁରରେ ବଡ଼ ଟ୍ରେନ ଦୁର୍ଘଟଣା । ହାୱଡା ରୁଟରେ ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହୋଇଛି । ଅନେକ ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଗକୁ ଏହି ସଂଖ୍ୟା ବଢିବାରେ ବୋଲି ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ୟ ପାଇଁ ରେଲୱେ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳକୁ ଯାଇଛି । ଦୁର୍ଘଟଣା ପରେ ରୁଟରେ ସମସ୍ତ ଟ୍ରେନ ଚଳାଚଳ ଠପ୍ ହୋଇଛି ।

ଖବର ମୁତାବକ, ଟ୍ରେନ ନମ୍ବର ୬୮୭୩୩ କୋରବା ପାସେଞ୍ଜର ଟ୍ରେନ ମାଲଗାଡି ସହିତ ବିଳାସପୁର ଷ୍ଟେସନରେ ଧକ୍କା ହୋଇଛି । ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଗକୁ ଏହି ସଂଖ୍ୟା ବଢିବାରେ ବୋଲି ଅନୁମାନ କରାଯାଉଛି । ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ରେଲୱେ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳକୁ ଯାଇଛି । କ୍ରେନ ଓ କଟର ବ୍ୟବହାର କରି ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ୫ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେଇଛନ୍ତି ।

Leave A Reply

Your email address will not be published.