
ନୟାଗଡ଼: ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବରେ ଓଡ଼ଗାଁ କଲେଜର ପ୍ରତିଯୋଗୀମାନେ ଅଭୂତପୂର୍ବ ସଫଳତା ଆଣି କଲେଜ ପାଇଁ ଗୌରବ ସାଉଁଟିଛନ୍ତି।ସମୁଦାୟ ୫ ଗୋଟି ବିଭାଗ ମଧ୍ୟରୁ ୪ ଗୋଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ଉନ୍ନୀତ ହୋଇଛନ୍ତି।ବିତର୍କ ଓ କୁଇଜରେ ଓମିଶାଭ ପ୍ରଧାନ ପ୍ରଥମସ୍ଥାନ ହାସଲ କରିଥିବାବେଳେ ପ୍ରବନ୍ଧ ଲିଖନରେ ସରିତା ବେହେରା ଓ ବକ୍ତୁତାରେ ସୁମିତ୍ରା ଦଳେଇ ପ୍ରଥମ ସ୍ଥାନ ସହ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି।ସମସ୍ତ ପ୍ରତିଯୋଗୀଙ୍କୁ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁ କୃତଜ୍ଞତା ଜ୍ଞାପନ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।