ଜିଲ୍ଲା ସାଇବର ସୁରକ୍ଷା ସଚେତନତା ଅଭିଯାନରେ ପ୍ରଥମ ସ୍ଥାନରେ ବାଲିଗୁଡା ଛାତ୍ରୀ…

add-all

ବାଲିଗୁଡ଼ା, ତା, ୪/୧୧ : କନ୍ଧମାଳ ଜିଲ୍ଲା ପୋଲିସ ଆନୁକୁଲ୍ୟରେ ଫୁଲବାଣୀ ସ୍ଥିତ ଏଜେଓ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ଆୟୋଜିତ ଓଡ଼ିଆ ବିତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବାଲିଗୁଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଜଶାର୍ଜନା ରଣା ପ୍ରଥମ ସ୍ଥାନ ଅଧିକାର କରି ଦକ୍ଷିଣାଞ୍ଚଳ ଜୋନାଲ ସ୍ତରୀୟ ଓଡ଼ିଆ ବିତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ସେ ପୂର୍ବରୁ ବାଲିଗୁଡ଼ାରେ ବ୍ଲକ ସ୍ତରୀୟ ଓଡ଼ିଆ ବିତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ।

ad-week
Leave A Reply

Your email address will not be published.