ହାଇୱା ଧକ୍କାରେ ଛାତ୍ର ମୃତ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ

youtube

ଯାଜପୁର: ହାଇୱା ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ, କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ । ହାଇୱା ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନାକପୋଲ-ପାଖର ରାସ୍ତାର ତେଲୋର ନିକଟରେ । ମୃତ ଛାତ୍ର ଜଣକ ହେଲେ ପାଖର ପଞ୍ଚାୟତ ତେଲୋର ଗ୍ରାମର ଗଣେଶ୍ୱର ଘଡ଼େଇଙ୍କ ୧୦ବର୍ଷର ପୁଅ ।

ସୂଚନା ଅନୁସାରେ ଆଜି ସେ ସାଇକେଲ ଯୋଗେ ଯାଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ହାଇୱା ଗାଡିର କାଚକୁ ଭଙ୍ଗାରୁଜା କରିବା ସହ ଗାଡି ଚାଳକକୁ କାବୁ କରିଛନ୍ତି ।  ଏଥିସହ ଉତ୍ୟକ୍ତ ଲୋକ ମାନେ ଏହି ରାସ୍ତାରେ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବା ସହ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

Leave A Reply

Your email address will not be published.