OSSC ଅଫିସ ଘେରିଲେ LTR ଆଶାୟୀ ସଂସ୍କୃତ ଶିକ୍ଷକ, ରେଜଲ୍ଟ ବାହାର କରି ତୁରନ୍ତ ନିଯୁକ୍ତି ଦାବି

youtube

ଭୁବନେଶ୍ବର : ଭୁବନେଶ୍ବର OSSC କାର୍ଯ୍ୟାଳୟ ଘେରାଉ କଲେ LTR ଆଶାୟୀ ସଂସ୍କୃତ ଶିକ୍ଷକ। ତୁରନ୍ତ ରେଜଲ୍ଟ ବାହାର କରି ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ନଚେତ୍ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଗତ ମେ ୧୭ ତାରିଖରେ ୭୨୯ ଲିଭ୍ ଟ୍ରେନିଂ ରିଜର୍ଭ ଟିଚର-LTR ପାଇଁ ୫ହଜାର ଆଶାୟୀ ପରୀକ୍ଷା ଦେଇଥିଲେ । ଏହାସହ ବିଜ୍ଞାନ ଶିକ୍ଷକ ପଦବୀ ପାଇଁ ମଧ୍ୟ ପରୀକ୍ଷା ହୋଇଥିଲା । ହେଲେ ବିଜ୍ଞାନ ଶିକ୍ଷକଙ୍କ ରେଜଲ୍ଟ ବାହାରି ଡକ୍ୟୁମେଣ୍ଟ ଭେରିଫିକେସନ ହେବା ସହ ନିଯୁକ୍ତି ପାଇଁ ଘୋଷଣା ହୋଇସାରିଲାଣି । ହେଲେ ଏପର୍ଯ୍ୟନ୍ତ ସଂସ୍କୃତ ଶିକ୍ଷକ ଆଶାୟୀଙ୍କ ରେଜଲ୍ଟ ବାହାରିନି । ପ୍ରତିବାଦରେ ଆଜି OSSC କାର୍ଯ୍ୟାଳୟ ଘେରିଛନ୍ତି ଆଶାୟୀ ଶିକ୍ଷକ ।

Leave A Reply

Your email address will not be published.