
କଟକ : କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ । କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା । ଶ୍ରେଣୀଗୃହର ଛାତ ସିଲିଂ ଭାଙ୍ଗିଯାଇଛି । ୨୦ ଦିନ ହେବ ଏନେଇ ଅଭିଯୋଗ କରିବା ପରେ ମଧ୍ୟ ଠିକ୍ କରାଯାଉନାହିଁ । କ୍ଲାସରୁମ୍ ଅସୁରକ୍ଷିତ ଥିବାରୁ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ ଛାତ୍ରଛାତ୍ରୀ । କୁଳପତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଯୁକ୍ତ ୩ ଓଡ଼ିଆ ବିଭାଗର ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ । ତେବେ ୭/୮ ଦିନ ମଧ୍ୟରେ ମରାମତି ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିଲେ ।