ରାସ୍ତା କଡ଼ରୁ ଓଏପିଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର

add-all

ରାୟଗଡ଼ା: ଓଡ଼ିଶା ସହାୟକ ଆରକ୍ଷୀ ବାହିନୀ (ଓଏପିଏଫ୍‌)ର ଜଣେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗୌରୀ ପ୍ରସାଦ ତାଡିଙ୍ଗି। ତାଙ୍କ ମୃତଦେହ ରାୟଗଡ଼ା ବ୍ଲକ ପିତାମହଲ ଓ ଜମାଦେଇପେଣ୍ଠ ରାସ୍ତା କଡ଼ରେ ଏକ କପା ବାଡ଼ ମଧ୍ୟରେ ପଡିଥିଲା।

ଖବର ପାଇବା ପରେ ଶେଷଖାଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।  କେଉଁ କାରଣରୁ ଗୌରୀଙ୍କ ମୃତ୍ୟୁ ଘଟିଲା ତାଙ୍କ ଶବ ବ୍ୟବଛେଦ ପରେ ଜଣା ପଡିବ ବୋଲି ପୁଲିସ ସୂଚନା ଦେଇଛି।

ରାୟଗଡ଼ା ଏସଡିପିଓ ଗୌରହରୀ ସାହୁ ସୂଚନା ଦେଇ କହିଛନ୍ତି ମୃତ ଗୌରୀ ଗତକାଲି ରାତ୍ରିରେ କାର୍ଯ୍ୟରେ ଯୋଗ ଦେଇଥିଲେ କିନ୍ତୁ କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ପୁଲିସ  ତଦନ୍ତ କରୁଛି। ସୂଚନାରୁ ଜଣାପଡିଛି ଗୌରୀଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା । 

ad-week
Leave A Reply

Your email address will not be published.