ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ଗାଡ଼ି ଉପରକୁ ପଥରମାଡ଼

youtube

ପାଟନା: ବିଧାନସଭା ନିର୍ବାଚନରର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ସକାଳୁସକାଳୁ ବିହାର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ବିହାର ଲଖିସରାଇରେ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କ କନଭେ ଉପକୁ ପଥମାଡ଼ ହୋଇଥିବା ଅଭିଯୋଗ ହୋଇଛି। 

ଗୁରୁବାର ସକାଳେ ଉପମୁଖ୍ୟମନ୍ତ୍ରୀ ତଥା ଲଖିସରାଇ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବିଜୟ କୁମାର ସିହ୍ନା ଲଖିସରାଇରେ ପହଞ୍ଚି ଲୋ‌କଙ୍କ ସହ ମତଦାନ ବିଷୟରେ ଆଲୋଚନା କରୁଥିବା ବେଳେ ହଠାତ ଆରଜେଡି ସମର୍ଥକମାନେ ଘଟଣାସ୍ଥଳରେ ପହଞ୍ଚି ହଙ୍ଗାମା ଆରମ୍ଭ କରି ଦେଇଥିଲେ।

ବିଜୟ କୁମାର ସିହ୍ନାଙ୍କ କାରକୁ ଘେରି ପଥର ଓ ଚପଲ ମାଡ଼ କରିବା ସହିତ କାଦୁଅ ଫିଙ୍ଗି ମୃଦାବାଦ ନାରା ଦେଇ କାହାକୁ ଆଗକୁ ବଢ଼ିବାକୁ ଦେଇ ନଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ ଅଧିକାରୀମାନେ ତୁରନ୍ତ ଏଭଳି ଗଣ୍ଡଗୋଳରେ ସାମିଲ ଥିବା ଲୋକଙ୍କୁ କାବୁ କରି ପରିସ୍ଥିତିକୁ ଆୟତ୍ତକୁ ନେଇଥିଲା। ସମ୍ପୂର୍ଣ୍ଣ ମାମଲା ବର୍ତ୍ତମାନ ତଦନ୍ତାଧୀନ ଅଛି। 

Leave A Reply

Your email address will not be published.