ରାଷ୍ଟ୍ରପତିଙ୍କୁ ଭେଟିଲେ ଭାରତର ସୁନାଝିଅ

youtube

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଭାରତର ସୁନାଝିଅ । ଦେଶ ପାଇଁ ଗର୍ବ ଆଣିଥିବା ବିଶ୍ବବିଜୟିନୀଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ଶୁଭେଚ୍ଛା ସହ ସାବାସୀ ଦେଲେ ରାଷ୍ଟ୍ରପତି । ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରତି ଖେଳାଳିଙ୍କୁ ପ୍ରଶଂସା କରିବା ସହ ବିଶ୍ବକପ ଧରି ଫଟୋ ଉଠାଇଲେ ରାଷ୍ଟ୍ରପତି ।

ରାଷ୍ଟ୍ରପତି ଦଳକୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ସେମାନେ ଇତିହାସ ସୃଷ୍ଟି କରିଛନ୍ତି ଏବଂ ଯୁବ ପିଢ଼ିଙ୍କ ପାଇଁ ଆଦର୍ଶ ହୋଇଛନ୍ତି। ଆଜି ଆପଣଙ୍କ ପାଇଁ ସାରା ବିଶ୍ବରେ ଦେଶର ଚର୍ଚ୍ଚା ହେଉଛି । ଏହି ବିଜୟକୁ ଦେଶ ଉତ୍ସବ ରୂପେ ପାଳନ କରୁଛି । ଫାଇନାଲ ମ୍ୟାଚ ଦିନ ମୁଁ ଉତ୍ତରାଖଣ୍ଡରେ ଥିଲି । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ମୁଁ ନିଶ୍ଚିତ ଥିଲି କି ଦେଶର ଝିଅମାନେ ହିଁ ଏଥର ବିଶ୍ବ ବିଜେତା ହେବେ । ଆପଣଙ୍କ ସାହସ, ସଂକଳ୍ପ, ମାନସିକତା ଏବଂ ବଡି ଲାଙ୍ଗୁଏଜ ହିଁ କହି ଦେଉଥିଲା ବିଜୟର କଥା ।

ଟିମ୍ କ୍ୟାପଟେନ ନିଜ ଅନୁଭୂତି ମହାମହିମଙ୍କ ସାମ୍ନାରେ ବଖାଣିଥିଲେ । କେମିତି ଏଥର ସେମାନେ ବିଶ୍ବକପକୁ ଦେଶ ବାହାରକୁ ଯିବାକୁ ଦେବେନି ବୋଲି ସଙ୍କଳ୍ପ ନେଇ ପରିଶ୍ରମ କରି ନିଷ୍ଠାର ସହ ଖେଳିଥିଲେ ତାହା କହିଥିଲେ । ଅଲରାଉଣ୍ଡର ଦୀପ୍ତି ଶର୍ମା କହିଥିଲେ- ଆମେ ଖାଲି ବିଜୟରେ ସାଙ୍ଗରେ ନଥିଲୁ ପରାଜୟ ବେଳେ ବି କାନ୍ଧରେ କାନ୍ଧ ମିଶାଇ ଲଢିଛୁ, ରହିଛୁ । ମହିଳା କ୍ରିକେଟର ଏମିତି ଉନ୍ନତି ହେଉ ଏବଂ ଆମେ ଏମିତି ଦେଶର ନାଁ ରଖୁ ବୋଲି ଦୀପ୍ତି ରାଷ୍ଟ୍ରପତିଙ୍କ ଆଗରେ କହିଥିଲେ । 

Leave A Reply

Your email address will not be published.