JNU ଛାତ୍ର ସଂସଦ ନିର୍ବାଚନ: ୪ ପ୍ରମୁଖ ପଦବୀରେ ବାଜି ମାରିଲା ବାମପନ୍ଥୀ ମେଣ୍ଟ, ଆଦିତି ମିଶ୍ର ସଭାପତି

add-all

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(JNU) ଛାତ୍ର ସଂସଦ ନିର୍ବାଚନରେ ବାଜି ମାରିଛି ବାମପନ୍ଥୀ ମେଣ୍ଟ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)କୁ ନିର୍ବାଚନରେ ପରାଜୟବରଣ କରିବାକୁ ପଡ଼ିଛି। ୪ ପ୍ରମୁଖ ପଦବୀ ଯଥା- ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦବୀରେ ବାମପନ୍ଥୀ ମେଣ୍ଟ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି।

ଛାତ୍ର ସଂସଦ ସ ଭାପତି ଭାବେ ବାମପନ୍ଥୀର ଆଦିତି ମିଶ୍ର(୧୮୬୧ ଭୋଟ) ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା ଏବିଭିପି ପ୍ରାର୍ଥୀ ବିକାଶ ପଟେଲ(୧୪୪୭ ଭୋଟ)ଙ୍କୁ ପରାଜିତ କରିଛନ୍ତି।

ସେହିପରି ଉପସଭାପତି ପଦବୀରେ ବାମପନ୍ଥୀ ପ୍ରାର୍ଥୀ କେ. ଗୋପିକା ବିଜୟୀ ହୋଇଛନ୍ତି। ସେ ୨୯୬୬ ଭୋଟ ପାଇଥିବାବେଳେ ଏବିଭିପି ପ୍ରାର୍ଥୀ ତନୟା କୁମାରୀଙ୍କୁ ୧୭୩୦ ଭୋଟ ମିଳିଛି।

ସାଧାରଣ ସମ୍ପାଦକ ପଦବୀରେ ବାମପନ୍ଥୀ ପ୍ରାର୍ଥୀ ସୁନିଲ ଯାଦବ ବିଜୟୀ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ପଦବୀରେ ଦାନିଶ ଅଲ୍ଲୀ ବିଜୟୀ ହୋଇଛନ୍ତି।

ad-week
Leave A Reply

Your email address will not be published.