ଶ୍ରୀମନ୍ଦିରରୁ ପୁଣି ହିଡେନ କ୍ୟାମେରା ଜବତ

youtube

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ପୁଣି ହିଡେନ କ୍ୟାମେରା ଜବତ । ଶ୍ରୀମନ୍ଦିର ଜଗମୋହନ ନିକଟରେ ହିଡେନ କ୍ୟାମେରା ଜବତ । ଚଷମାରେ ହିଡେନ କ୍ୟାମେରା ପିନ୍ଧିଥିବା ଭକ୍ତ ଭରତ ପାଣ୍ଡିଆ ପ୍ରୋଟକଲରେ ମନ୍ଦିର ଭିତରେ ପ୍ରବେଶ କରିଥିବା ସୂଚନା ମିଳିଛି । ଅବକାଶ ନୀତି ପରେ ଜଗମୋହନରେ ଦର୍ଶନ ଚାଲିଥିବା ସମୟରେ ଭରତ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧିଥିବା ଜଣାପଡିଥିଲା ।

ଅନ୍ୟପଟେ ଶ୍ରୀ ମନ୍ଦିର ଗର୍ଭଗୃହରେ ସେବକ ବେଶରେ ପଶିଲେ ଭକ୍ତ । ତାଙ୍କୁ ଜେଟିପି ଅଟକ ରଖି ଗାରଦରେ ପଚରା ଉଚରା କରିଥିଲା । ପରେ କାର୍ଯ୍ୟାଳୟରେ ତାଙ୍କ ଠାରୁ ବିସ୍ତୃତ ତଥ୍ୟ ନିଆଯାଇଥିଲା । ଏହା ପରେ ତାଙ୍କୁ ସିଂହଦ୍ବାର ଥାନାକୁ ପଠାଯାଇଥିବାସୂଚନା ମିଳିଛି । ପୂର୍ବରୁ ବାରମ୍ବାର ହିଡେନ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଥିଲା । ବାରମ୍ବାର ଏପରି ଘଟଣାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି l

Leave A Reply

Your email address will not be published.