
ଭଞ୍ଜନଗର : କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା । ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ, ୧୫ରୁ ଅଧିକ ଆହତ ହୋଇଛନ୍ତି । ବରଗଡ଼ ଠାରୁ ବ୍ରହ୍ମପୁର ଅଭିମୁଖେ ଶ୍ରୀରାମ ନାମକ ଯାତ୍ରୀବାହୀ ବସ୍ ଯାଉଥିଲା । କଳିଙ୍ଗା ଘାଟିରେ ମର୍ମନ୍ତୁଦ ବସ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଜି ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଉଛି ।
ଘଟଣାସ୍ଥଳରେ ଗଂଜାମ ଓ କନ୍ଧମାଳ ଜିଲ୍ଲାର ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ନିକଟରେ ଭୟଙ୍କର ଭୂସ୍ଖଳନ ଯୋଗୁ କଳିଙ୍ଗା ଘାଟିରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଘାଟିରେ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଉଭୟ ପାର୍ଶ୍ଵରୁ ବ୍ୟାରିକେଡ ହଟାଯାଇଛି। ତେବେ ଗାଡ଼ି ଚଳାଚଳ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳି ନଥିଲେ ମଧ୍ୟ କିଛି ଗାଡ଼ି ଯାଆସ କରୁଥିବା ଦେଖାଯାଇଛି ।