
ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖରିଆର ରୋଡରେ ନବୀନଙ୍କ ରୋଡ ଶୋ’। ସ୍ବତନ୍ତ୍ର ବସରେ ପ୍ରଚାର କରୁଛନ୍ତି ନବୀନ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଲଥିଲେ ନେତା ଓ କର୍ମୀ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗୁଛନ୍ତି ଭୋଟ୍। ନବୀନଙ୍କ ରୋଡ ଶୋ’ରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ନବୀନ ନୂଆପଡାବାସୀଙ୍କୁ ଅପିଲ କରିଛନ୍ତି।