ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ସମାରୋହ, ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

youtube

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ସମାରୋହ । ରାଷ୍ଟ୍ର ଚେତନାକୁ ଜାଗ୍ରତ କରୁଥିବା ଭାବପୂର୍ଣ୍ଣ ବନ୍ଦନା ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ୧୫୦ତମ ପୂର୍ତ୍ତି ସମାରୋହ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରବ୍ୟାପୀ ସ୍ମରଣୋତ୍ସବର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇନଡୋର୍ ଷ୍ଟାଡିୟମରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

କାର୍ଯ୍ୟକ୍ରମରେ ଡାକ ଟିକଟ ଏବଂ ସ୍ମାରକ କଏନ୍ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ । ବଙ୍କିମଚନ୍ଦ୍ର ଚାଟାର୍ଜୀ ଜାତୀୟ ଗୀତ ବନ୍ଦେ ମାତରମ ରଚନା କରିଥିଲେ । ୧୮୭୫ ମସିହା ନଭେମ୍ବର ୭ରେ ସେ ଏହାକୁ ଲେଖିଥିଲେ । ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ସ୍ଥାନରେ ନାନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

Leave A Reply

Your email address will not be published.