
କଟକ: ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଆରମ୍ଭ ହେଉଛି । ୨୦୨୬ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ସ୍କୁଲର ପ୍ରଧାନଶିକ୍ଷକଙ୍କ ଜରିଆରେ ଅନଲାଇନରେ ଫର୍ମପୂରଣ କରିବେ ଛାତ୍ରଛାତ୍ରୀ । ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ ଚାଲିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । www.bseodisha.ac.in ରେ ଲଗଇନ୍ କରି ଫର୍ମପୂରଣ କରିବେ ଛାତ୍ରଛାତ୍ରୀ ।