ପୀତବାସଙ୍କ ପରିବାରକୁ ଧମକପୂର୍ଣ୍ଣ କଲ୍: ମାମଲା ପ୍ରତ୍ୟାହାର ନ କଲେ ଜୀବନରେ ମାରିଦେବୁ…

youtube

ବ୍ରହ୍ମପୁର: ବ୍ରହ୍ମପୁରର ବହୁଚର୍ଚ୍ଚିତ ଆଇନଜୀବୀ ପତବାସ ପଣ୍ଡା ହତ୍ୟା ମାମଲାରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ବିକ୍ରମ ପଣ୍ଡାଙ୍କ ନାଁରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ଧମକପୂର୍ଣ୍ଣ କଲ ପୀତବାସ ପଣ୍ଡାଙ୍କ ପୁଅଙ୍କ ପାଖକୁ ଆସୁଛି । ଲଗାତାର ଦୁଇ ଥର କଲ ଆସୁଥିବା ନେି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ପତବାସଙ୍କ ପତ୍ନୀ । ମାମଲା ପ୍ରତ୍ୟାହାର ନକଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ବିକ୍ରମ ପଣ୍ଡାଙ୍କ ନାଁ ନେଇ ହତ୍ୟା ଧମକ ଦିଆଯାଉଛି । ଏହାସହିତ କଲରେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦିଆଯାଉଛି । ପତବାସଙ୍କ ପତ୍ନୀ କହିଛନ୍ତି ଧମକପୂର୍ଣ୍ଣ ଫୋନ୍‌ କଲକୁ ନେଇ ଆମେ ଭୟଭୀତ ଅଛୁ, ଆମ ଜୀବନ ପ୍ରତି ବିପଦ ଅଛି, ଆମକୁ ସୁରକ୍ଷା ଦିଆଯାଉ ବୋଲି ପୀତବାସଙ୍କ ପତ୍ନୀ କହିଛନ୍ତି । ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ ହୋଇ ଜେଲରେ ଅଛନ୍ତି । ବ୍ରହ୍ମପୁର ଏସ ପି ଶ୍ରବଣା ବିବେକ ଏମ ପୀତବାସ ପଣ୍ଡାଙ୍କ ପରିବାର କୁ ସୁରକ୍ଷା ଯୋଗାଇବା ସହିତ ଫୋନ କଲ କୁ ଯାଞ୍ଚ କରୁଛନ୍ତି ଏବଂ ଅତିଶୀଘ୍ର ଧମକ କାରୀଙ୍କୁ ଗିରଫ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି l

Leave A Reply

Your email address will not be published.