
ବ୍ରହ୍ମପୁର : ଗଂଜାମ ପିଜନ୍ ଏସୋସିଏସନ୍ ତରଫରୁ ପୂର୍ବରୁ ଆୟୋଜିତ ପାରା ଉଡ଼ାଣ ପ୍ରତିଯୋଗୀତାର ପୁରସ୍କାର ବିତରଣ ଉତ୍ସବ ଶନିବାର ଖାଜା ସାହିସ୍ଥିତ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିରୂପେ ଅର୍ବାନ ବ୍ୟାଙ୍କ ସଭାପତି ଆର୍.ମୁରଲୀମୋହନ, ସମ୍ମାନୀତ ଅତିଥିଭାବେ କର୍ପୋରେଟର ଡି.କରୁଣାକର, ବରିଷ୍ଠ ସାମ୍ବାଦିକତଥା ଗାୟକ ସୁଦୀପ କୁମାର ସାହୁ ଓ ଗୋପାଳ ରେଡୀ ପ୍ରମୁଖ ଯୋଗଦେଇଥିଲେ । ଏସୋସିଏସନ୍ ସଭାପତି ଯୋଶେଫ ଦାସ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ଖ୍ୱାଜା ସମୀର, ଉପସଭାପତି ଯୁଧୀଷ୍ଟିର ରଥ, କୋଷାଧ୍ୟକ୍ଷ ସଚିଦାନନ୍ଦ ପାଢ଼ୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ଫ୍ଲାଇ’ପ୍ରତିଯୋଗୀତାରେ ସୁଦୀପ କୁମାର ପ୍ରଥମ, ଖ୍ୱାଜ୍ ସମୀର ଦ୍ବିତୀୟ ଓ ଶେଖ୍ ରମୀଜ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଲୋ ଫ୍ଲାଇଂ’ରେ ଏସ୍.କେ ହାସିବୁଲ୍ ପ୍ରଥମ ଓ ଆଇନଜୀବୀ ଯୋଶେଫ ଦାସ ଦ୍ବିତୀୟ ସ୍ଥାନ ଅଧିକାର କରିଥିବାବେଳେ ଶ୍ରେଷ୍ଠ ପାରା ଉଡ଼ାଣଭାବେ ଶେଖ୍ ରମୀଜ୍ଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ପ୍ରାୟ ୩୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।