ଜଣେ PSO ସହ ପୀତବାସଙ୍କ ଘର ଆଗରେ ରହିବେ ୪ ପୋଲିସ…

add-all

ବ୍ରହ୍ମପୁର : ପୀତବାସଙ୍କ ପରିବାରକୁ ମିଳିଲା ପୋଲିସ ସୁରକ୍ଷା ।  ପରିବାରକୁ ଧମକପୂର୍ଣ୍ଣ ଫୋନ କଲ ପରେ ସିକ୍ୟୁରିଟି ପ୍ରଦାନ ।  ଗୁଳି ମାଡ଼ରେ ମୃତ୍ୟୁ ଘଟିଥିବା ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ମିଳିଲା ପୋଲିସ ସୁରକ୍ଷା । ବ୍ରହ୍ମପୁର ପୋଲିସ ପକ୍ଷରୁ ଜଣେ PSO ଦିଆଯିବା ସହ ଘର ଆଗରେ ୪ ଜଣ ପୋଲିସ ଜଗିବାର ବ୍ୟବସ୍ଥା କରାଯାଇଛି ।  ମୃତ ପୀତବାସଙ୍କ ପୁଅ ସୌରଭଙ୍କୁ ଦୁଇଦିନ ଅଲଗା ଅଲଗା ଫୋନ୍ ନମ୍ବରରୁ ହତ୍ୟା ଧମକ ମିଳିଥିବା ପୀତବାସଙ୍କ ଭାଇ ପୂର୍ଣ୍ଣ ପଣ୍ଡା ବୈଦନାଥପୁର ଥାନାରେ ଏତଲା ଦେଇଥିଲେ ।  ଆଜି ଗଣମାଧ୍ୟମ ଆଗରେ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ନ୍ୟାୟ ମାଗିବା ସହ ସୁରକ୍ଷା ମାଗିଥିଲେ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା ।  ମାମଲା ପ୍ରତ୍ୟାହାର ନେଇ ଥ୍ରେଟ କଲ ଆସିଥିବା କହିଲେ ପୀତବାସଙ୍କ ପତ୍ନୀ  । ଫଳରେ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି  । ସେପଟେ ଦୁଇ ଫାଳ ହୋଇଛି ଗଞ୍ଜାମ ଓକିଲ ସଂଘ  । ହତ୍ୟା ମାମଲାରେ ବିକ୍ରମଙ୍କ ସଂପର୍କ ନଥିବା କହିଲେ ଓକିଲ । ବର୍ତ୍ତମାନ ପୀତବାସ ଙ୍କ ସୁରକ୍ଷା ଯୋଗାଇବା ପୋଲିସ ପାଇଁ ବଡ଼ କର୍ତ୍ତବ୍ୟ ବ୍ରହ୍ମପୁର ଏସ ପି ଶ୍ରବଣା ବିବେକ ଏମ ଏହାର ସମ୍ପୂର୍ଣ ଦାୟିତ୍ୱ ନେଇଛନ୍ତି ଏବଂ ସୁରକ୍ଷା ଯୋଗାଇବା ସହିତ ଧମକ ଆସିଥିବା କଲ କୁ ଯାଞ୍ଚ କରିବା ସହିଥ ଅତି ଶୀଘ୍ର ଅପରାଧୀ କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ସୂଚନା ମିଳିଛି l

ad-week
Leave A Reply

Your email address will not be published.