ଶିବ ସ୍ମୃତିଭବନ ସେବାକେନ୍ଦ୍ରରେ ବିଶ୍ଵ ଏକତା ଓ ବିଶ୍ୱାସ ପାଇଁ ଧ୍ୟାନ ଶୀର୍ଷକ ସମ୍ମିଳନୀ

add-all

ବ୍ରହ୍ମପୁର : ପ୍ରହଲାଦ ନଗର ଦ୍ବିତୀୟ ଲାଇନ୍‌ ଠାରେ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ବବିଦ୍ୟାଳୟ ଶିବ ସ୍ମୃତି ଭବନ ସେବା କେନ୍ଦ୍ରରେ ଶନିବାର ବିଶ୍ବ ଏକତା ଓ ବିଶ୍ବାସ ପାଇଁ ଧ୍ୟାନ ଶୀର୍ଷକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ପ୍ରସିଦ୍ଧ ମାନବ ସମ୍ବଳ ପ୍ରଶିକ୍ଷକ ତଥା ପ୍ରବଚକ ରାଜଯୋଗୀ ଭ୍ରାତା ଡକ୍ଟର ପୁରୁଷୋତ୍ତମ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାରୂପେ ଯୋଗଦେଇଥିଲେ । ନିଜ ବକ୍ତବ୍ୟରେ ଆପସୀ ବିଶ୍ବାସ ହିଁ ମଧୁର ସମ୍ପର୍କର ଆଧାର, ଯାହା ଦ୍ବାରା ସମ୍ବନ୍ଧରେ ଅତି ନିକଟତା ଆସିଥାଏ ବୋଲି କହିଥିଲେ। ଅନ୍ୟତମ ବକ୍ତା ଭାବେ ରାଜ ଯୋଗିନୀ ଡକ୍ଟର ପ୍ରିୟା ଯୋଗଦେଇ ଧ୍ୟାନ ହିଁ ସୁସ୍ଥ ଜୀବନ ଏବଂ ସୁସ୍ଥ ସମାଜ ସ୍ଥାପନାର ମୂଳ ଆଧାର ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିରୂପେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ ଯୋଗଦେଇ ଭଜନ ଗାନ କରିବା ସହ ଏପରି ସମ୍ମିଳନୀର ଆବଶ୍ୟକତା ନେଇ ନିଜର ମତ ଦେଇ ଥିଲେ । କୁମାରୀ ସମୀକ୍ଷା ସ୍ବାଗତ ନୃତ୍ୟ ପରିବେଷଣ କରିଥିବା ବେଳେ କେନ୍ଦ୍ର ସହ ସଂଚାଳିକା ବ୍ରହ୍ମାକୁମାରୀ ସଂଯୁକ୍ତା ମଞ୍ଚ ପରିଚାଳନା କରିଥିଲେ । କେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ବାସନ୍ତୀ ଓ ବୁଗୁଡ଼ା ସେବାକେନ୍ଦ୍ରର ବ୍ରହ୍ମାକୁମାରୀ ବିଷ୍ଣୁପ୍ରୀୟା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.