ଆପାର୍ଟମେଣ୍ଟ ବାଲକୋନି ଭୁଶୁଡି ୩ ମୃତ

youtube

କଟକ : କଟକରେ ବଡ ଅଘଟଣ ।  ଭୁଶୁଡିଲା ଆପାର୍ଟମେଣ୍ଟ ବାଲକୋନି ।  ଆଜବେଷ୍ଟେସ ଘର ଉପରେ ପଡିବାରୁ ୩ ମୃତ  । କଟକ ମଣିସାହୁ ଛକ ନିକଟରେ ଥିବା ଏକ ପୁରୁଣା ଆପାର୍ଟମେଣ୍ଟର ବାଲକୋନି ଭୁଶୁଡିଲା ।  ତଳେ ଥିବା ଆଜବେଷ୍ଟେସ ଛାତ ଉପରେ ପଡ଼ିଲା ବାଲକୋନିର ସିମେଣ୍ଟ ଖଣ୍ଡ । ଆଜବେଷ୍ଟସ ଘର ଭାଙ୍ଗି ଛାରଖାର ହୋଇଥିବା ବେଳେ ଆଜବେଷ୍ଟସ ଘର ଭିତରେ ଥିବା ଚାରି ଜଣ ବ୍ୟକ୍ତି ଆହତ ହୋଇଥିଲେ । ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ୩ ଜଣଙ୍କର ମୃତ୍ୟୁ ଘୋଷଣା କରିଛନ୍ତି । ଅନ୍ୟ ଜଣେ ବର୍ତ୍ତମାନ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଅଗ୍ନିଶମ ବାହିନୀ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.