ସେନା ଗୁଳିରେ ୨ ଆତଙ୍କୀ ନିହତ

youtube

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରର କୁପୱାଡାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର । ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ । ଏହାପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ରିପୋର୍ଟ ଅନୁଯାୟୀ, କୁପୱାଡ଼ାର କେରନ ସେକ୍ଟରରେ ଏକ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । ସୁରକ୍ଷାବାହିନୀ ଆତଙ୍କବାଦୀଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ଚ୍ୟାଲେଞ୍ଜ କରିଥିଲେ । ଫଳରେ ଦୁହିଁଙ୍କ ମଧ୍ୟରେ ଆଖିବୁଜା ଗୁଳିମାଡ ହୋଇଥିଲା । ଯାହା ଫଳରେ ୨ ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି ।

ସେହିପରି ଶ୍ରୀନଗର ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଡାଲଗେଟର କୋନାଖାନ୍ ମମତା ଚୌକ ନିକଟରୁ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଏକ ଦେଶୀ ନିର୍ମିତ ପିସ୍ତଲ ଏବଂ ନଅଟି ଜୀବନ୍ତ କାର୍ଟୁସ୍ ଜବତ କରାଯାଇଛି ।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ଅପରେସନ ସିନ୍ଦୂର ପରେ ଆତଙ୍କୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ସୁରକ୍ଷାବାହିନୀ ମଧ୍ୟ ସଜାଗ ରହିଛନ୍ତି ।

Leave A Reply

Your email address will not be published.