ଧାମରା ବନ୍ଦରରେ ବାଂଲା ଅନୁପ୍ରବେଶକାରୀଙ୍କୁ ଜଗିବ ଡ୍ରୋନ

youtube

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ମେରାଇନ ଥାନା ଧାମରାରେ ଏଥର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜଗିବ ସ୍ବତନ୍ତ୍ର ଡ୍ରୋନ୍ । ଭଦ୍ରକ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ଡ୍ରୋନ୍ ସାମୁଦ୍ରିକ ଥାନାକୁ ଯୋଗାଇ ଦିଆଯାଇଛି । ୧୫ କିଲୋମିଟର ରେଡିଅସରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଏହି ଡ୍ରୋନ୍ କ୍ୟାମେରା ସାହାଯ୍ୟ କରିବ । ଯାହାର ଦାମ୍ ରହିଛି ୧ କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ।

ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡିପାରିବ ଏହି ଡ୍ରୋନ୍ କ୍ୟାମେରା । ୮ କେଜି ଓଜନ ବିଶିଷ୍ଟ ଡ୍ରୋନ୍ କ୍ୟାମେରା ରାତିରେ ୪୦୦ ମିଟର ଓ ଦିନ ସମୟରେ ପ୍ରାୟ ୧ କିଲୋମିଟର ଉଚ୍ଚତାରୁ ତୀକ୍ଷ୍ମ ଚିତ୍ର ଉତ୍ତୋଳନ କରିପାରେ । ଏହାକୁ ୧ ହଜାର ମିଟର ଉଚ୍ଚତାରେ ପହଞ୍ଚିବାକୁ ପ୍ରାୟ ୧୦ ରୁ ୧୫ ମିନିଟ୍ ସମୟ ଲାଗିଥାଏ ।

ଉପକୂଳବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ମ ନଜର ରଖିବ ଏହି ଡ୍ରୋନ୍ । ଧାମରା ମୁହାଣରୁ ପ୍ରତ୍ୟେକ ଦିନ ସହ ସହ ଟ୍ରଲର ଓ ବୋଟ୍ ମାନେ ଗଳାବାଟ ଦେଇ ଆସିପାରନ୍ତି । ଏହି ଡ୍ରୋନ କ୍ୟାମେରାରେ ଏହା ସୂଚନା ଦେବାରେ ବଡ଼ ସହଯୋଗ ହୋଇପାରିବ । 

Leave A Reply

Your email address will not be published.