
କେନ୍ଦ୍ରାପଡ଼ା: ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରୁ ବେଆଇନ ମାଛ ଧରୁଥିବା ବେଳେ ଟ୍ରଲର ଜବତ କରାଯିବା ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନ ବିଭାଗ । ଅଭୟାରଣ୍ୟର ୧୦ କିଲୋମିଟର ଦୂରରେ ଥିବା ଡେଜ୍ ନାମକ ଏକ ଟ୍ରଲରକୁ ଜବତ କରାଯାଇଛି । ସେଥିରେ ଥିବା ଫିସ୍ ଫାଇଣ୍ଡର, ଭିଏଚଏଫ ଓ ୩୦ କୁଇଣ୍ଟାଲ ମାଛକୁ ଜବତ କରିଛି ବନ ବିଭାଗ । ଅଭୟାରଣ୍ୟରେ ବନ ବନ ବିଭାଗର ପାଟ୍ରୋଲିଂ ଟିମ୍ ହାତରେ ଧରା ପଡ଼ିଥିଲା ଟ୍ରଲର । ଗିରଫ ପରେ ସମସ୍ତ ମତ୍ସ୍ୟଜୀବୀଙ୍କୁ କେନ୍ଦ୍ରାପଡ଼ା ସିଜେଏମ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେଲାପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।