
ପୋଲସରା :ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଟୋଇକୁ ଧକ୍କା ଦେଲା ବାଇକ, ଦୁଇ ମୃତ । ମୃତକ ମିଟୁ ପରିଡା ଓ କାଶୀନାଥ ସେଠୀ ବୋଲି ଜଣାପଡିଛି । ରାଣୀପଡାର ମିଟୁ ପରିଡା ମଞ୍ଚ ନାଟକ ସାରି ବାଇକରେ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା । ଏବଂ କାଶୀନାଥ ମର୍ଣ୍ଣିଂ ୱାକ୍ କରୁଥିବାବେଳେ ଧକ୍କା ଦେଇଥିଲା ବାଇକ । ଖବର ପାଇ କବିସୂର୍ଯ୍ୟନଗର ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।