
ନୂଆଦିଲ୍ଲୀ : ବିଷବଳୟ ପାଲଟିଛି ଦିଲ୍ଲୀ । ପୁଣିଥରେ ବିଷାକ୍ତ ବାୟୁ ବଳୟରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ । ବାୟୁର ମାନ ଶନିବାର ସାଂଘାତିକ ରୂପ ନେବା ପରେ ଅଧିକ କଟକଣା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ସହରର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ ଟପିଛି । ଅଲୀପୁରରେ ୪୧୭, ଆଇଟିଓରେ ୪୦୮, ନେହରୁ ନଗରରେ ୪୦୭, ପଟପଡଗଂଜରେ ୪୦୩ ଏବଂ ପଞ୍ଜାବ ବାଗରେ ୪୦୪ ରହିଛି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଆଜି ଦିଲ୍ଲୀ-ଏନସିଆର୍ ଓ ନିକଟବର୍ତ୍ତୀ ଅଞ୍ଚଳ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଘନ ଧୂଆଁ କୁହୁଡ଼ି ରହିଥିଲା ଏବଂ ଅନେକ ସ୍ଥାନରେ ଖରାପରୁ ଅତ୍ୟନ୍ତ ଖରାପ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରିପୋର୍ଟ କରାଯାଇଥିଲା ।
ରାଜଧାନୀରେ କ୍ଷେତ୍ର ନୋଏଡାରେ ୩୫୪, ଗ୍ରେଟର ନୋଏଡାରେ ୩୩୬ ଏବଂ ଗାଜିଆବାଦରେ ୩୩୯ ଏକ୍ୟୁଆଇ ରହିଛି। ଏହିସବୁ ଅଞ୍ଚଳରେ ବାୟୁ ଗୁଣବତ୍ତା ସ୍ତର ବହୁତ ଖରାପ ରହିଛି । ରାଜଧାନୀ ସବୁଠାରୁ ଅଧିକ ପ୍ରଦୂଷିତ ସହର ଶୀର୍ଷ ସ୍ଥାନରେ ରହିଛି ।