ତେଜ ପ୍ରତାପଙ୍କୁ Y+ କ୍ୟାଟେଗୋରୀ ସୁରକ୍ଷା ଦେଲା ଗୃହ ମନ୍ତ୍ରଣାଳୟ

youtube

ବିହାର : ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଜନଶକ୍ତି ଜନତା ଦଳର ପ୍ରମୁଖ ତେଜ ପ୍ରତାପ ଯାଦବଙ୍କୁ କେନ୍ଦ୍ର ସରକାର ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆଦେଶ ପରେ ସିଆରପିଏଫ ଜେତ ପ୍ରତାପ ଯାଦବଙ୍କ ସୁରକ୍ଷା ବଢାଇଦେଇଛନ୍ତି । ସୁରକ୍ଷା ଏଜେନ୍ସୀ ନିକଟରେ ଗୃହ ମନ୍ତ୍ରଣାଳୟରକୁ ତେଜ ପ୍ରତାପ ଯାଦବ ସୁରକ୍ଷାକୁ ନେଇ ରିପୋର୍ଟ ଦେଇଛନ୍ତି । ଏହାପରେ ହିଁ ତେଜପ୍ରତାନଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ ତେଜ ପ୍ରତାପଙ୍କୁ ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷାରେ ଆର୍ମଡ ପୋଲିସର ୧୧ ଜଣ କମାଣ୍ଡୋ, ୫ ଜଣ ଷ୍ଟାଟିକ ପୋଲିସ ଜବାନ ତାଙ୍କ ପାଖରେ ଏବଂ ଘରର ଆଖପାଖରେ ରହିବେ । ଏହାସହିତ ୬ ପିଏସଓ ୩ଟି ସିଫ୍ଟରେ ସୁରକ୍ଷାରେ ରହିବେ ।

ନିକଟରେ ମୋକାମାରେ ଦୁଲାରଚାନ୍ଦ ଯାଦବ ହତ୍ୟା ପରେ ତେଜ ପ୍ରତାପ ଯାଦବ ନିଜ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ତେଜ ପ୍ରତାପ କହିଛନ୍ତି କି, ବିହାରରେ ଦିନକୁ ଦିନ ଅପରାଧିକ ଘଟଣା ବଢିବାରେ ଲାଗିଛି । ଏହାସହିତ ନବନିର୍ବାଚିତ ପ୍ରତିନିଧିଙ୍କୁ ମଧ୍ୟ ବିପଦ ରହିଛି । ନିର୍ବାଚନୀ ସିଟ୍ ପାଇଁ ତାଙ୍କୁ ମଧ୍ୟ ଟାର୍ଗେଟ କରାଯାଇପାରେ । କେନ୍ଦ୍ର ଏବଂ ରାଜ୍ୟ ସରକାର ତାଙ୍କ ସୁରକ୍ଷା ବଢାଇବା ଜରୁରୀ । ଏହାଦ୍ବାରା ସେ ନିର୍ଭୟରେ ନିର୍ବାଚନ ପ୍ରଚାର କରିପାରିବେ ।

ବିହାର ମହୁଆ ସିଟରେ ତେଜ ପ୍ରତାପ ଯାଦବ ନିର୍ବାଚନ ଲଢିବେ । ଏଠାରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତେଜ ପ୍ରତାପ ବିହାର ବିଧାନସଭା ନିର୍ବାଚନରେ ନିଜ ରଣନୀତିକୁ ନେଇ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ତାଙ୍କ ପାର୍ଟି ଜେଜେଡିକୁ ଯିଏ ସମର୍ଥନ କରିବ, ତାଙ୍କ ସରକାର ରୋଜଗାର ଦେବ । ବିହାରରେ ପରିବର୍ତ୍ତନ ଆଣିବ ତାଙ୍କ ସରକାର ।

Leave A Reply

Your email address will not be published.