ଟ୍ରଲରକୁ ଧକ୍କା ଦେଲା ବସ୍, ଜଣେ ମୃତ ଓ ୧୦ ଆହତ

youtube

ରେଢାଖୋଲ: କଟକ ୫୫ନଂ ଜାତୀୟ ରାଜପଥର ରେଢାଖୋଲ ଲୁହାପଙ୍କ ଛକ ନିକଟରେ ଦୁର୍ଘଟଣା । ଟ୍ରଲରକୁ ଧକ୍କା ଦେଲା ଘୋରଇ ବସ୍ । ଜଣେ ମୃତ ହୋଇଥିବା ବେଳେ ବସରେ ବସିଥିବା ୧୦ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଲୁହାପଙ୍କ ଛକରେ ବିଳମ୍ବିତ ରାତିରେ ଟ୍ରଲର ପଛକୁ ଧକ୍କା ଦେଲା ଘୋରଇ ବସ୍  । ବସର କଣ୍ଡକ୍ଟର ମୃତ,୧୦ଜଣ ଆହତ ।

ଖବର ପାଇ ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ରେଢାଖୋଲ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ବସରେ ୩୪ଜଣ ଯାତ୍ରୀ ବସିଥିବା ବେଳେ ଅନ୍ୟ ଯାତ୍ରୀ ମାନେ ସୁରକ୍ଷିତ ଅଛନ୍ତି । ବସଟି ଭୂବନେଶ୍ୱରରୁ ସମ୍ବଲପୁର ଯାଉଥିବା ପ୍ରଥମିକ ତଦନ୍ତରୁ ଜଣାପଡିଥିବା ବେଳେ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି  । ମୃତ୍ୟୁ ହୋଇଥିବା କଣ୍ଡକ୍ଟର ପରିଚୟ ମିଳିପାରିନାହିଁ ।

Leave A Reply

Your email address will not be published.