ପ୍ରିନ୍ସ ଡ୍ୟାନ୍ସ ଏକାଡେମୀର ଶିଶୁଦିବସ ଉତ୍ସବ, ହାସ୍ୟ କଳାକାର ପ୍ରଜ୍ଞା ସଭିଙ୍କ ମନ ମୋହିଲେ

add-all

ବ୍ରହ୍ମପୁର : ଗଂଜାମ କଳା ପରିଷଦଠାରେ ପ୍ରିନ୍ସ ଡ୍ୟାନ୍ସ ଏକାଡେମୀ ତଥା ଜୁନିୟର ପ୍ରିନ୍ସ ଡ୍ୟାନ୍ସ ଗୃପ ତରଫରୁ ଶିଶୁ ଦିବସ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଆକର୍ଷଣଭାବେ ଚଳଚିତ୍ର ଜଗତର ହାସ୍ୟ କଳାକାର ପ୍ରଜ୍ଞା ରଂଜନ ଖଟୁଆ ଯୋଗଦେଇ ନିଜର କଳା ମାଧ୍ୟମରେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥିଭାବେ ପ୍ରିନ୍ସ ଡ୍ୟାନ୍ସ ଏକାଡେମୀର ମୁଖ୍ୟ ତଥା ପ୍ରତିଷ୍ଠାତା ଟି.କ୍ରୀଷ୍ଣ ମୋହନ ରେଡୀ ଯୋଗଦେଇଥିଲେ ।

ଅନୁଷ୍ଠାନର ପରିଚାଳନା ନିର୍ଦେଶକ ଅସୀମ ଶଙ୍କର ଏବଂ ମୁଖ୍ୟ ଡ୍ୟାନ୍ସ କୋରିଓଗ୍ରାଫର ସାଇ ଶଙ୍କର ପ୍ରଧାନ, ଟୁଲୁ ତାରିଣୀ, କାହ୍ନୁ ଚରଣ ସ୍ବାଇଁ ଏବଂ ରୁଚିସ୍ମିତା ପ୍ରଧାନଙ୍କ ତତ୍ବାବଧାନରେ ଏପରି ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସସରରେ ଛୋଟ ଶିଶୁଠାରୁ ଆରମ୍ଭକରି ପ୍ରତ୍ୟେକ ବର୍ଗର ପୁରୁଷ ଓ ମହିଳା ନୃତ୍ୟ ପରିବେଷଣ କରିଥିଲେ । କାହ୍ନୁ ରାଉତ ଏଥିରେ ସଂଯୋଜନା କରିଥିଲେ । ଏହି ଅବସରରେ ବହୁ ନୃତ୍ୟ ନିର୍ଦେଶକ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବ୍ୟକ୍ତିଙ୍କୁ ସମ୍ବନ୍ଧିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଏଠାରେ ଏକ ସଙ୍ଗୀତ ପରିବେଷଣ କରିଥିଲେ ।

ad-week
Leave A Reply

Your email address will not be published.