ଜାତୀୟ ଫସଲ ଯୋଜନାରେ ଉତ୍ପାଦନ ବୃଦ୍ଧି କରି ଚାଷୀଙ୍କୁ ଆତ୍ମନିର୍ଭର କରିବା ସରକାରଙ୍କ ଲକ୍ଷ୍ୟ: କେନ୍ଦ୍ର କୃଷି ମନ୍ତ୍ରୀ

add-all

କଟକ: ଜାତୀୟ ଫସଲ ଯୋଜନାରେ କୃଷିଭିତ୍ତିକ ଉତ୍ପାଦନ ବୃଦ୍ଧି କରି ଚାଷୀମାନଙ୍କୁ ଆତ୍ମନିର୍ଭର କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ସୋମବାର କଟକ ବିଦ୍ୟାଧରପୁରସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ କୃଷି ଓ କୃଷକ ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।

କାର୍ଯ୍ୟକ୍ରମରେ ଶିବରାଜ ଚାଷୀଙ୍କୁ ସ୍ଵାବଲମ୍ବୀ ଏବଂ ଜାତୀୟ କୃଷି ମିଶନ ଉପରେ ଗୁରୁତ୍ଵାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଉପରେ ମଧ୍ୟ ସେ ନିଜର ମତ ରଖିଥିଲେ। ଜାତୀୟ ଫସଲ ଯୋଜନାରେ ଉତ୍ପାଦନ ବୃଦ୍ଧି କରି ଚାଷୀଙ୍କୁ ଆତ୍ମନିର୍ଭର କରିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଥିଲେ। ଭାରତର କୃଷି କ୍ଷେତ୍ର ଏକ ପରିବର୍ତ୍ତନଶୀଳ ମୋଡ଼ରେ ରହିଛି। ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଓ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ  ପରାମର୍ଶ ଉପରେ ସେ ଗୁରୁତ୍ଵ ଦେଇଥିଲେ।

ad-week
Leave A Reply

Your email address will not be published.