ରାଈକିଆ ଗ୍ରାମ ପଞ୍ଚାୟତରେ ବିଡିଓଙ୍କ ଦ୍ୱାରା ଜନ ଅଭିଯୋଗ ଶୁଣାଣି

add-all

ରାଈକିଆ : କନ୍ଧମାଳ ଜିଲ୍ଲା ରାଈକିଆ ବ୍ଲକ ଅନ୍ତର୍ଗତ ରାଈକିଆ ଗ୍ରାମ ପଞ୍ଚାୟତ ସଭାଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ସବ୍ୟସାଚୀ ସାହୁ ସୋମବାର ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ବିଭିନ୍ନ ୱାର୍ଡରୁ ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟୁତକରଣ ସମସ୍ୟା ଏବଂ ଜମି ବିବାଦ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ବିଡିଓ ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଅବସରରେ ରାଈକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ନାଏବ ସରପଞ୍ଚ ନିଥନିଏଲ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, ଏପିଓ ସମୀର ଦାସ, ବିଏସଏସଓ ରାମକୃଷ୍ଣ ବେହେରା, ସହକାରୀ ଯନ୍ତ୍ରୀ ଉଷାରାଣୀ ପ୍ରଧାନ, ବିଦ୍ୟୁତ ବିଭାଗ ଯନ୍ତ୍ରୀ ଶ୍ରବଣ ନାୟକ, ଡବ୍ଲ୍ୟୁଓ ଉର୍ମିଳା ପ୍ରଧାନ, ରାଈକିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକଙ୍କ ସମେତ ବ୍ଲକର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ରାଈକିଆ ନାଗରିକ ମଞ୍ଚ ପକ୍ଷରୁ ସଭାପତି ଦୃଯ୍ୟୋଧନ ଲେଙ୍କାଙ୍କ ସମେତ ମଞ୍ଚର ସଦସ୍ୟମାନେ ଦୁଇଟି ପାର୍କର ସୁଚାରୁ ପରିଚାଳନା ତଥା ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ କରିବା ପାଇଁ ଅଭିଯୋଗ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ।

ad-week
Leave A Reply

Your email address will not be published.