
ଭୁବନେଶ୍ୱର: ପାହାଳ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟିରେ ସ୍ଵାମୀ ସ୍ତ୍ରୀ କଟକରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ବେଳେ ପାହାଳ ଓଭରବ୍ରିଜ ଉପରେ ବସ ସାଇଡ୍ ମାରିବାରୁ ଉଭୟ ଟ୍ରକ୍ ଚକା ତଳେ ଚାପି ହୋଇଯାଇଥିଲେ । ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ଵାମୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପାହାଳ ଥାନା ପୁଲିସ ଓ ଅଗ୍ନିଶମକର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର୍ୟ୍ୟ କରିବା ସହ ଟ୍ରକ୍ କୁ ଅଟକ ରଖିଛନ୍ତି । ଦୁର୍ଘଟଣା ଯୋଗୁ କିଛି ସମୟ ଧରି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଦମ୍ପତି ଙ୍କର ପରିଚୟ ମିଳିପାରିନଥିବା ବେଳେ ସାକ୍ଷୀଗୋପାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।