ଅନ୍ୟ କୌଣସି ଜିଲାରୁ ଆସିନାହିଁ ଇଭିଏମ୍‌: ମୁଖ୍ୟ ନିର୍ବାଚନ ଅଧିକାରୀ

youtube

ଭୁବନେଶ୍ୱର: ଇଭିଏମ୍‌ ଚୋରି ଅଭିଯୋଗରେ ସାମ୍ବାଦିକ ସମ୍ମିଳନୀ କରି ଅନ୍ୟ କୌଣସି ସ୍ଥାନରୁ ଇଭିଏମ ଆସିନଥିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି ନୂଆପଡା ଉପନିର୍ବାଚନରେ ମତଦାନ ପାଇଁ ଅନ୍ୟ କୌଣସି ଜିଲାରୁ ଇଭିଏମ୍‌ ଆସିନାହିଁ । ଗତକାଲି ବିଜେଡି ପକ୍ଷରୁ ଇଭିଏମ ଚୋରିର ଅଭିଯୋଗ ଆସିଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ କହିଛନ୍ତି ରାଜ୍ୟର ୩୦ଟି ଜିଲାରେ ଇଭିଏମ୍‌ ଷ୍ଟ୍ରଙ୍ଗରୁମରେ ରହିଛି । ପ୍ରତ୍ୟେକ ଷ୍ଟ୍ରଙ୍ଗରୁମରେ ୩ମାସରେ ଥରେ ଲେଖାଏଁ ଯାଞ୍ଚ କରାଯାଏ । ଯାଞ୍ଚ ସମୟରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହିଥାନ୍ତି । ଅଭିଯୋଗ ପରେ ଗଞ୍ଜାମର ୨ ୱେୟାରହାଉସର ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା । ଏଯାଏ ଇଭିଏମକୁ ନେଇ ବିରୋଧୀଙ୍କ ଗୋଟିଏ ବି ଅଭିଯୋଗ ପ୍ରମାଣିତ ହୋଇନାହିଁ । ସମସ୍ତ ଯାଞ୍ଚର ଭିଡ଼ିଓଗ୍ରାଫି ହୋଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.