
ନୂଆଦିଲ୍ଲୀ: ଦିଲ୍ଲୀ ଲାଲ କିଲ୍ଲା ନିକଟରେ ସୋମବାର ସନ୍ଧ୍ୟାରେ ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି| ଏକ କାରରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଦିଲ୍ଲୀ ପୁଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ବିସ୍ଫୋରଣ ଭୟଙ୍କର ଥିବା ସୂଚନା ମିଳିଛି। ବିସ୍ଫୋରଣ ପରେ ଅନ୍ୟ ୩ଟି କାରରେ ନିଆଁ ଲାଗିଯାଇଥିଲା। ଏହା ଆତଙ୍କୀ କାର୍ଯ୍ୟକଳାପ କି ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନାହିଁ। ଦମକଳବାହିନୀର ୭ଟି ଗାଡ଼ି ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଚଳାଇଛି।
ଦିଲ୍ଲୀରେ ବିସ୍ଫୋରଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଏକ ଆତଙ୍କୀ ମଡ୍ୟୁଲକୁ ପୁଲିସ ପଣ୍ଡ କରିବା ପରେ ଏହି ଘଟଣା ଘଟିବା ସାଧାରଣରେ ଅନେକ ସନ୍ଦେହ ସୃଷ୍ଟି କରିଛି।
ଏଥିରେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଜଣାପଡ଼ି ନ ଥିବାବେଳେ ଦିଲ୍ଲୀ, ହରିୟାଣା ଏବଂ ମୁମ୍ବଇରେ ହାଇଆଲର୍ଟ ଜାରି କରାଯାଇଛି।
ପୁରୁଣା ଦିଲ୍ଲୀର ଲାଲ୍ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ ୧ ନମ୍ବର ଗେଟ ପାଖରେ ଏକ କାରରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ବିସ୍ଫୋରଣ ପରେ ଅନ୍ୟ ୩ଟି କାରରେ ନିଆଁ ଲାଗିଯାଇଥିଲା। ମାତ୍ର ବିସ୍ଫୋରଣ ଯୋଗୁ ପ୍ରାୟ ଆଖପାଖରେ ଥିବା ୨୦ରୁ ଅଧିକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ଏହା ଆତଙ୍କୀ କାର୍ଯ୍ୟକଳାପ କି ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି।
ଅନ୍ୟପଟେ ଦିଲ୍ଲୀ ବିସ୍ଫୋରଣ ଘଟଣାର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ଘଟଣା ବିଷୟରେ ଆଇବି(ଗୁଇନ୍ଦା ବ୍ୟୁରୋ) ମୁଖ୍ୟ ତପନ ଡେକାଙ୍କ ସହିତ ଆଲୋଚନା କରିଛନ୍ତି।
ଘଟଣାରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କେଉଁ ପରିସ୍ଥିତିରେ ଏହି ବିସ୍ଫୋରଣ ଘଟିଲା ତାହାର ସୁରାକ ମଧ୍ୟ ମିଳିନାହିଁ। ଦିଲ୍ଲୀ ଲାଲ୍ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ ପାଖ ୧ ନମ୍ବର ଗେଟ୍ ନିକଟରେ ଏହି ବିସ୍ଫୋରଣ ଘଟିଥିବାବେଳେ ୮ ଜଣଙ୍କ ମୃତ୍ୟୁ ଘଟିଛି।
ଘଟଣା ପରେ ଏନଆଇଏ ଏବଂ ଏନଏସଜି ତନାଘନା ଆରମ୍ଭ କରିଛନ୍ତି। ସିଆରପିଏଫ ଡିଆଇଜି କିଶୋର ପ୍ରସାଦ ଘଟରାସ୍ଥଳରେ ପହଞ୍ଚିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କିଛି କହି ହେବ ନାହିଁ। ସ୍ଥିତିର ନିରୀକ୍ଷଣ କରାଯିବା ପରେ କିଛି କୁହାଯାଇପାରିବ।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଷ୍ଟେସନରେ ଲାଗିଥିବା କାଚ ଭାଙ୍ଗିଯାଇଥିଲା। ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।