ଫିଲିପାଇନ୍ସରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ଫୁଙ୍ଗ-ୱଙ୍ଗ୍’

youtube

ନୂଆଦିଲ୍ଲୀ: ଲ୍ୟାଣ୍ଡଫଲ୍ ପରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ଫୁଙ୍ଗ-ୱଙ୍ଗ୍’ । ଫିଲିପାଇନ୍ସର ଆରୋରା ପ୍ରଦେଶରେ ଲ୍ୟାଣ୍ଡଫଲ କରିଛି ଟାଇଫୁନ । ଗତକାଲି ରାତି ୯ଟା ୧୦ରେ ଲୁଜୋନର ଆରୋରା ନିକଟରେ ଲ୍ୟାଣ୍ଡଫଲ କରିଛି । ଲ୍ୟାଣ୍ଡଫଲ ବେଳେ ପ୍ରବଳ ବର୍ଷା ସହ ୨୩୦ କିମି ବେଗରେ ପବନ ବହିଥିଲା । ପ୍ରଭାବରେ ସମୁଦ୍ରରେ ୫ ମିଟର ଉଚ୍ଚର ଜୁଆର ବି ଆସିଥିଲା । ୧୬ ଶହ କିଲୋମିଟର ଯାଏ ମହାବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଫିଲିପାଇନ୍ସର ପ୍ରାୟ ଦୁଇ-ତୃତୀୟାଂଶ ଅଞ୍ଚଳକୁ ଆଚ୍ଛଦିତ କରିଛି ‘ଫୁଙ୍ଗ-ୱଙ୍ଗ୍’ । ଲ୍ୟାଣ୍ଡଫଲ ପରେ ଏହା ଧୀରେ ଧୀରେ ଦୁର୍ବଳ ହୋଇ ୧୩ ତାରିଖରେ ତାଇୱାନର ପଶ୍ଚିମ ଉପକୂଳରେ ପ୍ରଭାବ ପକାଇବ ।

ମହାବାତ୍ୟାରେ ଏ ଯାଏ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପୂର୍ବରୁ ଦୋର ବିଭିନ୍ନ ଅଞ୍ଚଳର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ପୂର୍ବରୁ ସ୍ଥାନାନ୍ତର କରାଯାଇଛି। ୩୦୦ରୁ ଅଧିକ ଘରୋଇ ଓ ଅନ୍ତଜାତୀୟ ବିମାନ ଉଡ଼ାଣ ବାତିଲ ହୋଇଛି । ଆଜି ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ଫୁଙ୍ଗ୍ ୱାଙ୍ଗ୍ ପ୍ରଭାବରେ ପୂର୍ବାଞ୍ଚଳରେ ଅନେକ ସହର ଓ ଗାଁରେ ବିଦ୍ୟୁତ ସେବା ଠପ ହୋଇଛି । ପ୍ରଥମେ କାଳମେଗୀ ଝଡ଼ ତୋଫାନ କୋପରେ ଛାରଖାର ହୋଇଛି ଫିଲିପାଇନ୍ସ । ୨୦୪ ଜଣଙ୍କର ମୃତ୍ୟୁ ହୋଇଥିଲା । ୫ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତରିତ ହୋଇଥିଲେ। ଫଙ୍ଗ-ୱଙ୍ଗ ହେଉଛି ଚଳିତ ବର୍ଷ ଫିଲିପାଇନ୍ସରେ ଆସିଥିବା ୨୧ତମ ଝଡ଼।

Leave A Reply

Your email address will not be published.