
ନୂଆଦିଲ୍ଲୀ: ମାଲିରେ ୫ ଭାରତୀୟଙ୍କୁ ଅପହରଣ । ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଭାରତୀୟଙ୍କୁ ଅପହରଣ କରିଛନ୍ତି ଅଲକାଏଦା ଓ ଇସଲାମିକ୍ ଷ୍ଟେଟ୍ ଆତଙ୍କୀ । ଗତ ନଭେମ୍ବର ୬ରୁ ଭାରତୀୟଙ୍କୁ ଅପହରଣ କରାଯାଇଥିବା ସ୍ପଷ୍ଟ କରିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ଏମାନଙ୍କ ମୁକ୍ତି ପାଇଁ ମାଲିର ବାମାକୋରେ ଥିବା ଭାରତୀୟ ଦୂତାବାସ ମାଲି ସରକାରଙ୍କ ସହ କଥାବାର୍ତ୍ତା କରିଛନ୍ତି ।
ଅପହର୍ତ୍ତାଙ୍କୁ ଯଥାସମ୍ଭବ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ କୁଟନୀତିସ୍ତରରେ କଥାବାର୍ତ୍ତା ଆରମ୍ଭ କରିଥିବା ସ୍ପଷ୍ଟ କରିଛି ଦୂତାବାସ । ତେବେ ଗତ କିଛିବର୍ଷ ହେଲାଣି ମାଲିରେ ଅଲକାଏଦା ଓ ଇସଲାମିକ୍ ଷ୍ଟେଟ୍ ଆତଙ୍କୀମାନେ ଉତ୍ପାତ ଆରମ୍ଭ କରିଛନ୍ତି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି । ଅପହରଣକାରୀଙ୍କୁ ଉଦ୍ଧାର ପାଇଁ ସବୁପ୍ରକାରର ଚେଷ୍ଟା ଜାରି ରହିଥିବା ଦୂତାବାସ କହିଛି । ଏ ସମ୍ପର୍କରେ ଭାରତୀୟ ଦୂତାବାସ ପକ୍ଷରୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରାଯାଇଛି ।