ଟ୍ରେଡ ୟୁନିୟନ ଏବଂ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ୬ ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ…

add-all

ମାଲକାନଗିରି,୧୦।୧୧ମାଲକାନଗିରିଅଲ୍ ଇଣ୍ଡିଆ ଟ୍ରେଡ ୟୁନିୟନ ଏବଂ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ୬ ଦଫା ଦାବୀ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରେଡ ୟୁନିୟନ ଏବଂ ନିର୍ମାଣ ଶ୍ରମିକ ସଂଘର ଶତାଧିକ ସଦସ୍ୟ ସଦସ୍ୟା ଓ କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ଆସି ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟଳୟରେ ପହଞ୍ଚି ଏହି ଦାବିପତ୍ର ପ୍ରଦାନ କରିଥିଲେ। ଦାବୀ ଗୁଡିକ ମଧ୍ୟରେ ମୁଖ୍ୟ ଦାବି ଗୁଡିକ ହେଲା କାର୍ଯ୍ୟ ସମୟ ୮ ଘଣ୍ଟା ପରିବର୍ତ୍ତେ ୧୦ ଘଣ୍ଟା ନିର୍ଦେଶ ଏବଂ ମହିଳା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ରାତିରେ କାମ କରିବାକୁ ରହିଥିବା ନିର୍ଦ୍ଦେଶକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଏହା ସହିତ ବିଭିନ୍ନ ସୁବିଧାକୁ ଉଚିତ ସମୟସୀମା ମଧ୍ୟରେ ପ୍ରଦାନ କରାଯାଉ।ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଲ୍ ଇଣ୍ଡିଆ ଟ୍ରେଡ ୟୁନିୟନ କର୍ମକର୍ତ୍ତାଙ୍କ ସମେତ ଅଙ୍ଗନୱାଡି କର୍ମୀ ସଂଘ, ପାଚିକା ସଂଘ, ନିର୍ମାଣ ଶ୍ରମିକ ସଂଘର ଶତାଧିକ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ନାରା ବାଜି କରିବା ସହ ଦାବିପତ୍ର ଦେଇଥିଲେ।

ad-week
Leave A Reply

Your email address will not be published.