ଟର୍ବୋପ୍ରପ୍ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ମୃତ

youtube

ୱାଶଂଟନ୍ : ଆମେରିକା ଫ୍ଲୋରିଡାର କୋରାଲ ସ୍ପ୍ରିଙ୍ଗସ୍ ଅଞ୍ଚଳରେ ଏକ ଛୋଟ ଟର୍ବୋପ୍ରପ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସୂଚନାନୁଯାୟୀ, ବିମାନଟି ଜାମାଇକାର ହରିକେନ୍ ମେଲିସା ପୀଡିତଙ୍କ ପାଇଁ ରିଲିଫ୍ ନେଇ ଯାଇଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨ ଜଣଙ୍କର ଜୀବନ ଚାଲିଯାଇଛି । ଦୁର୍ଘଟଣା ସମୟରେ ବିମାନଟି ଗେଟେଡ୍ କଲୋନୀରେ ଥିବା ଗୋଟିଏ ପୋଖରୀରେ ଖସି ପଡିଥିବାରୁ ସମସ୍ତ ଘର ସୁରକ୍ଷାରେ ରହିଥିଲା । ସୂଚନା ପାଇବା ମାତ୍ରେ ଦଳଗୁଡିକ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ ବୋଲି ଅଗ୍ନିଶମ ବିଭାଗର ଡେପୁଟି ଚିଫ୍ ମାଇକ୍ ମୋଜର୍ କହିଛନ୍ତି । କିନ୍ତୁ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ଗତକାଲି ଏବଂ ଆଜି ସେହି ଘଟଣାସ୍ଥଳରେ ତଦନ୍ତ ଜାରି ରହିବ ବୋଲି ପୋଲିସ କହିଛି । ଏଥିସହ ଫେଡେରାଲ୍ ଏଭିଏସନ୍ ଅଧିକାରୀମାନେ ମଧ୍ୟ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.