ଦିଲ୍ଲୀ ବିସ୍ଫୋରଣକୁ ନେଇ ଉଦବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ଷଡଯନ୍ତ୍ରକାରୀକୁ ଛଡାଯିବନି

youtube

ନୂଆଦିଲ୍ଲୀ : ଭୁଟାନରୁ ମୋଦିଙ୍କ ବାର୍ତ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଦିଲ୍ଲୀ ବିସ୍ଫୋରଣ ପଛରେ ଯାହାର ବି ହାତ ରହିଛି କାହାକୁ ଛଡାଯିବ ନାହିଁ । ସମସ୍ତ ଷଡଯନ୍ତ୍ରକାରୀଙ୍କୁ ଶାସ୍ତି ମିଳିବ । ଭୁଟାନ ମାଟିରୁ ଦିଲ୍ଲୀ ବିସ୍ଫୋରଣକୁ ନେଇ ଏମିତି ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାରା ଦେଶ ପୀଡିତଙ୍କ ସହ ରହିଥିବା ସେ ପ୍ରକାଶ କରିଛନ୍ତି ।

ଭୁଟାନ ଗସ୍ତରେ ରହି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଛନ୍ତି, ଘଟଣା ସମସ୍ତଙ୍କ ମନ ଅଶାନ୍ତ ରହିଛି । ଦିଲ୍ଲୀରେ ଘଟିଥିବା ବିସ୍ଫୋରଣ ତାଙ୍କୁ ବ୍ୟଥିତ କରିଛି । ଏହା ପଛରେ ଯେଉଁ ଷଡଯନ୍ତ୍ରକାରୀ ରହିଛନ୍ତି ସେମାନଙ୍କୁ ନିପାତ କରାଯିବ । ରାତି ସାରା ଘଟଣାକୁ ନେଇ ସେ ସମସ୍ତ ତଦନ୍ତକାରୀ ସଂସ୍ଥା ସହ ଆଲୋଚନା କରିଥିଲେ । ଭାରତୀୟ ସୁରକ୍ଷା ଏଜେନ୍ସି ବିସ୍ଫୋରଣର ପ୍ରକ୍ତ କାରଣ ଖୋଜିବେ । କୌଣସି ଷଡଯନ୍ତ୍ରକାରୀଙ୍କୁ ଛଡାଯିବ ନାହିଁ ।

ଭୁଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଭୟାବହ ଏବଂ ଏଥିରେ ଜଡ଼ିତ ଷଡ଼୍ଯନ୍ତ୍ରକାରୀଙ୍କୁ କୌଣସି ପରିସ୍ଥିତିରେ କ୍ଷମା ଦିଆଯିବ ନାହିଁ ।

ସୂଚନାଯୋଗ୍ୟ, ଦିଲ୍ଲୀର ଲାଲକିଲ୍ଲା ନିକଟରେ ଭୟଙ୍କର ବଡ଼ ବିସ୍ଫୋରଣ ହୋଇଛି । ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛନ୍ତି ।

Leave A Reply

Your email address will not be published.