
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଭୟଙ୍କର ବଡ଼ ବିସ୍ଫୋରଣ ହୋଇଛି । ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଦୁଇ ଡଜନରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି । ଗୃହ ମନ୍ତ୍ରୀ ଅମିତ୍ ଶାହ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି । ଦିଲ୍ଲୀ ପୋଲିସ, ଏନଏସଜି, ସୁରକ୍ଷା ଏଜେନ୍ସୀ ଏବଂ ସେନାର ଟିମ ବିସ୍ଫୋରଣ ସ୍ଥାନରେ ଉପସ୍ଥିତ ରହିଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀ ଟ୍ରାଫିକ ପୋଲିସ ଆଡଭାଇଜରୀ ଜାରି କରିଛି । ଲୋକଙ୍କୁ କିଛି ରାସ୍ତା ଦେଇ ନ ଯିବାକୁ ବାରଣ କରାଯାଇଛି ।
ଦିଲ୍ଲୀ ଟ୍ରାଫିକ ପୋଲିସ ଟ୍ବିଟ୍ କରି ଆଡଭାଇଜରୀ ଜାରି କରିଛି । ଲାଲକିଲ୍ଲା ବିସ୍ଫୋରଣ ପରେ ଆର୍ମିର ଏକ ଟିମ୍ ବିସ୍ଫୋରଣ ସ୍ଥାନରେ ପହଞ୍ଚିଛି । ଗତକାଲି ସନ୍ଧ୍ୟା ୭ଟା ସମୟରେ ଏକ କାର୍ ବିସ୍ଫୋରଣ ହୋଇଥିଲା । ଦିଲ୍ଲୀ ପୋଲିସ, ଏଫଏସଏଲ ଏବଂ ଅନ୍ୟ ସମସ୍ତ ଅନେକ ଏଜେନ୍ସୀ ଘଟଣାସ୍ଥଳରେ ଯାଞ୍ଚ କରୁଛି ।