ଇସଲାମବାଦରେ ବିସ୍ଫୋରଣ, ୯ ମୃତ

youtube

ଇସଲାମବାଦ : ପାକିସ୍ତାନର ରାଜଧାନୀ ଇସଲାମବାଦର ଜିଲ୍ଲା କୋର୍ଟ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଅତିକମରେ ୯ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । କୋର୍ଟ ପରିସରରେ ଥିବା ପାର୍କିଂ ଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି । କୋର୍ଟ ପରିସରରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି ।

ଖବର ମୁତାବକ, ଇସଲାମବାଦ କୋର୍ଟ ପରିସରରେ ପାର୍କିଂ ସ୍ଥାନରେ ଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପୋଲିସ ଲାଇନ୍ସ ମୁଖ୍ୟାଳୟ ପର୍ଯ୍ୟନ୍ତ ଶୁଣାଯାଇଥିଲା । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ଏବଂ ସୁରକ୍ଷା କର୍ମୀ ପହଞ୍ଚିଛନ୍ତି । ବୋମା ନିଷ୍କ୍ରିୟକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ପାର୍କିଂରେ ଥିବା ଅନ୍ୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ସମସ୍ତ ଆହତଙ୍କୁ ପାକିସ୍ତାନର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇସେନ୍ସଜ ହସପିଟାଲରେ ଭର୍ତ୍ତି କରାଯାଇଛି । ଏଠାରେ ଚିକିତ୍ସା ଜାରି ରହିଛି । ସୁରକ୍ଷା ଏଜେନ୍ସୀ ସ୍ଥାନୀୟ ଅଞ୍ଚଳକୁ ସିଲ୍ କରିଦେଇଛନ୍ତି । ପୋଲିସ ତଲାସୀ ଅଭିଯାନ ଆରମ୍ଭ କରିଛି ।

Leave A Reply

Your email address will not be published.