
ପାଟଣା: ବିହାର ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ବର୍ତ୍ତମାନ ଅନେକ ଟିଭି ଚ୍ୟାନେଲ୍ ଓ ଏଜେନ୍ସି ନିଜ ଏକଜିଟ୍ ପୋଲର ଫଳାଫଳ ଜାରି କରିବା ଆରମ୍ଭ କରିଦେଇଛନ୍ତି। ମୁଖ୍ୟ ସର୍ଭେ ଏଜେନ୍ସି ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭା ଆସନର କଳ୍ପନା ଜଳ୍ପନା ଆରମ୍ଭ କରିଦେଇଛନ୍ତି। ମାଟରାଇଜ୍-ଆଇଏଏନଏସର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି ଯେଉଁଥିରେ ଏନଡିଏକୁ ୧୪୭-୧୬୭ ତଥା ମହାମେଣ୍ଟକୁ ୭୦-୯୦ ଆସନ ମିଳିବା ଅନୁମାନ କରାଯାଉଛି। ପୋଲ୍ସ ଅଫ୍ ପୋଲ୍ସରେ ମଧ୍ୟ ଏନଡିଏ ୧୩୮-୧୫୫ ଆସନ ହାସଲ କରିବା ନେଇ ଆକଳନ କରାଯାଇଛି। ତେବେ ମହାମେଣ୍ଟକୁ ୮୨-୯୮, ଜନସୁରାଜକୁ ୦-୨ ଓ ଅନ୍ୟାନ୍ୟଙ୍କୁ ୩-୭ ଆସନ ମିଳିବା ଅନୁମାନ କରାଯାଇଛି। ପିପୁଲ୍ସ ଇନସାଇଟର ଏକଜିଟ୍ ପୋଲରେ ମଧ୍ୟ ଏନଡିଏକୁ ୧୩୩-୧୪୮ ସିଟ୍ ମିଳିବା ଆକଳନ କରାଯାଇଛି । ମହାମେଣ୍ଟ ଖାତାରେ ୮୭-୧୦୨ ଆସନ ଜିତୁଥିବା ଦେଖିବାକୁ ମିଳୁଛି। ଜନସୁରାଜକୁ ୦-୨ ସିଟ୍ ତଥା ଅନ୍ୟାନ୍ୟ ୩-୬ ଆସନ ମିଳିବା ଅନୁମାନ କରାଯାଉଛି। ଜେଭିସି ଏକଜିଟ୍ ପୋଲରେ ମଧ୍ୟ ଏନଡିଏକୁ ବମ୍ପର ବହୁମତ ମିଳୁଥିବା ନଜର ଆସୁଛି। ଏଥିରେ ଏନଡିଏକୁ ୧୩୫-୧୫୦ ସିଟ୍ ମିଳିବା ଅନୁମାନ କରାଯାଉଛି। ତେବେ ମହାମେଣ୍ଟକୁ ୮୮-୧୦୩ ସିଟ୍ ମିଳୁଥିବା ଦେଖାଯାଉଛି । ଅନ୍ୟାନ୍ୟ ଖାତାରେ ୩-୬ ସିଟ୍ ଜିତିବା ଅନୁମାନ କରାଯାଉଛି। ତେବେ ଏହି କଳ୍ପନା ଜଳ୍ପନା ୧୪ ନଭେମ୍ବରରେ ସ୍ପଷ୍ଟ ହେବ ଏବଂ କିଏ କ୍ଷମତାରେ ବସିବ ତାହା ଜଣାପଡିବ।