ଦିଲ୍ଲୀ ବିସ୍ଫୋରଣ: NIA ହାତକୁ ଗଲା ଯାଞ୍ଚ ଦାୟିତ୍ବ

youtube

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଯାଞ୍ଚ କରିବା ବେଳେ ପ୍ରତି ଘଣ୍ଟାରେ ନୂଆ ନୂଆ ଖୁଲାସା ସାମ୍ନାକୁ ଆସିଛି । ପୋଲିସ ଏବଂ ଗୁଇନ୍ଦା ଏଜେନ୍ସୀ ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ନାମ ହେଉଛି ଡ. ସାଜିଦ ଅହମ୍ମଦ ଏବଂ ଉମର ।

ସାଜିଦ ଦୁଇଦିନ ତଳେ ବିବାହ କରିଥିଲେ । ଆଉ ଏହି ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ସାଜିଦ । ସାଜିଦ ଫରିବାବାଦର ଅଲଫଲା ୟୁନିଭରସିଟିରେ ସିନିଅର ରେଜିଡେଣ୍ଟ ଭାବେ କାମ କରୁଥିଲେ । ସେହିପରି ଉମର କାର୍ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଡାକ୍ତର ଉମର ମଧ୍ୟ ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ଥିଲା ।

ସେପଟେ ଷଡଯନ୍ତ୍ରର ଡାକ୍ତର ଉମରର ମାଙ୍କ ଡିଏନଏ ନମୁନା ସଂଗ୍ରହ କରାଯାଇଛି । ଉମରଙ୍କ ମ୍ତଦେହକୁ ଚିହ୍ନିବା ପାଇଁ ଜମ୍ମୁ କଶ୍ମୀର ପୋଲିସ ଦିଲ୍ଲୀ ପୋଲିସକୁ ନମୁନା ହସ୍ତାନ୍ତର କରିଛି ।

ଏହି ଘଟଣାକୁ ନେଇ ଗ୍ହ ମନ୍ତ୍ରଣାଳୟ ବଡ଼ ବୈଠକ ଡାକିଥିଲା । ଗୃହ ମନ୍ତ୍ରୀ ଅମିତ ଶାହ ସମସ୍ତ ଯାଞ୍ଚ ଏଜେନ୍ସୀର ଅଧିକାରୀଙ୍କ ସହିତ ବୈଠକ କରିଥିଲେ । ଏହି ବୈଠକରେ ଗୃହ ସଚିବ, ଏଆଇଏ ଡିଜି ସମେତ ଯାଞ୍ଚ ଏଜେନ୍ସୀର ଅଧିକାରୀ ରହିଥିଲେ । ଗୃହ ମନ୍ତ୍ରଣାଳୟ ଯାଞ୍ଚ ଦାୟିତ୍ବ ଏନଆଇଏକୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.