୪ କୋଟିର ଗଞ୍ଜେଇ ଜବତ, ୬ ଗିରଫ

youtube

ଭୁବନେଶ୍ୱର: ଗଞ୍ଜେଇ ହବ୍ ପାଲଟିଛି ଓଡ଼ିଶା। ରାଜ୍ୟର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଚାଲାଣ ମାମଲା ସାମ୍ନାକୁ ଆସିଛି। ଆଜି ସୋନପୁରରୁ ୪କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ୬ ଗିରଫ ହୋଇଥିବା ବେଳେ ୪ଟି କାର୍ ଜବତ କରାଯାଇଛି। ବେଆଇନ ଗଂଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୪ କୋଟି ହେବେ। ଗଂଜେଇ ଜବତ ନେଇ ଆଇଜି ହିଂମାଶୁଲାଲ ଦେଇଛନ୍ତି ସୂଚନା।

ଅନ୍ୟପଟେ ଗଞ୍ଜେଇ ଚାଷ ନଷ୍ଟ କରିବାକୁ କୋରାପୁଟରେ ଅପରେସନ୍ ଗ୍ରୀନ କ୍ଲିନ୍ ଆରମ୍ଭ ହୋଇଛି। ୪୪ ଏକର ଜଙ୍ଗଲ ଓ ରାଜସ୍ୱ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ କାଟିବା ପରେ ପୋଡ଼ି ନଷ୍ଟ କରାଯାଇଛି। ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ଲାମ୍ପି ଓ ଗନ୍ଦୀଶିକାରୀପୁଟ ଜଙ୍ଗଲରୁ ଅପରେସନ ଗ୍ରୀନ କ୍ଲିନ୍ ଆରମ୍ଭ କରିଛନ୍ତି।

ନନ୍ଦପୁର ଅବକାରୀ, ପୋଲିସ, ରାଜସ୍ବ ଓ ଜଙ୍ଗଲ ବିଭାଗକୁ ନେଇ ଗଠିତ ମିଳିତ ଚଢ଼ାଉ କରି ଅପରେଶନର ପ୍ରଥମ ଦିନରେ ଦୁଇ ଗ୍ରାମ ପାର୍ଶ୍ଵର ୪୪ ଏକର ଜଙ୍ଗଲ ଓ ରାଜସ୍ବ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ୫୨୮୦୦ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରାଯାଇଛି । ଅତିଶୀଘ୍ର ବେଆଇନ ଭାବେ ଗଞ୍ଜେଇ ଚାଷୀ କରିଥିବା ଚାଷୀଙ୍କୁ ଚିହ୍ନଟ କରାଯିବ । ନନ୍ଦପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏଭଳି ବେଆଇନ ଗଞ୍ଜେଇ ଚାଷ ହୋଇଥିବା ଗୁଇନ୍ଦା ସୂଚନା ରହିଛି । ତେଣୁ ଆଗାମୀ ଦିନରେ ମିଳିତ ଚଢ଼ାଉ ଦଳର ଏଭଳି ଚଢ଼ାଉ ବ୍ୟାପକ ହେବ ବୋଲି ଦୁଇ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.