
ନୟାଗଡ଼: ଡକାୟତି ବେଳେ ବୋମାମାଡ଼ । ୩ ଗୁରୁତର ମେଡିକାଲରେ ଭର୍ତ୍ତି । ନୟାଗଡ଼ ଟାଉନ ଥାନା ସୁଳିଆ ଗାଁରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଗାଁରେ ରାସ୍ତା କାମ ଚାଲୁଥିବାରୁ ୨ ଜଣ ଯୁବକ ସିମେଣ୍ଟ ଜଗିଥିଲେ । ୬ଜଣ ଲୋକ ରାତି ପ୍ରାୟ ସାଢେ ୧୨ଟା ସମୟରେ ବିଭିନ୍ନ ମାରଣାସ୍ତ୍ର ଧରିପଶି ଆସିଥିଲେ । ଦୁର୍ବୃତ୍ତଙ୍କୁ ଦେଖି ୨ ଯୁବକ ଗାଁଲୋକଙ୍କୁ ଡାକିବାରୁ ଦୁର୍ବୃତ୍ତମାନେ ଗ୍ରାମବାସୀଙ୍କ ଉପରକୁ ୩ଟି ବୋମା ଫୋପାଡି ଫେରାର ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିଲେ ଗାଁଲୋକେ ।
ବୋମାମାଡରେ ଗାଁର ଉପେନ୍ଦ୍ର ଖଟେଇ, ସୁମନ୍ତ ବାରିକ ଏବଂ ଶତୃଘ୍ନ ବାରିକ ଗୁରୁତର ହୋଇଲେ । ସମସ୍ତଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । କାବୁ ହୋଇଥିବା ବ୍ୟକ୍ତି ଜଣକ ହେଲେ କଇଥଗାଡିଆ ଗାଁର ଅକୃର ପ୍ରଧାନ । ଖବରପାଇ ପୋଲିସ ଅକୃରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ବୋମାମାଡ଼ରେ ଆହତ ବ୍ୟକ୍ତିଙ୍କ ସମ୍ପର୍କୀୟ ମେଡିକାଲରେ ପଶି ଅକୃରକୁ ନିର୍ଦ୍ଦୁମ ଛେଚିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । \