
ନୂଆଦିଲ୍ଲୀ : ଲାଲକିଲା ବିସ୍ଫୋରଣ ଘଟଣାରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ମଙ୍ଗଳବାର ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ବିସ୍ଫୋରଣରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ରାଶି ଘୋଷଣା କରାଯାଇଛି । ସ୍ଥାୟୀଭାବେ ଭିନ୍ନକ୍ଷମ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ ଲକ୍ଷ ଏବଂ ପ୍ରତ୍ୟେକ ଗୁରୁତରଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘୋଷଣା କରିଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୋସିଆଲ ମିଡିଆ ସାଇଟ୍ X ରେ ଲେଖିଛନ୍ତି ଯେ, ଦିଲ୍ଲୀରେ ଘଟିଥିବା ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ସମଗ୍ର ସହରକୁ ମର୍ମାହତ କରିଛି । ଦିଲ୍ଲୀ ସରକାରଙ୍କ ଗଭୀର ସମବେଦନା ସମସ୍ତ ପରିବାର ପ୍ରତି ଯେଉଁମାନେ ଏହି ଘଟଣାରେ ପ୍ରିୟଜନଙ୍କୁ ହରାଇଛନ୍ତି ଏବଂ ଆହତ ହୋଇଛନ୍ତି ।