ସାମ୍ନାକୁ ଆସିଲା ଲାଲକିଲ୍ଲା ବିସ୍ଫୋରଣର ସିସିଟିଭି ଫୁଟେଜ, ବିସ୍ଫୋରଣ ପୂର୍ବରୁ ବିଭିନ୍ନ ଛକ ବୁଲିଥିଲା କାର୍

youtube

ନୂଆଦିଲ୍ଲୀ : ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା ବିସ୍ଫୋରଣର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଯେଉଁଥିରେ ଲାଲକିଲ୍ଲା ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଭୟଙ୍କର ଦୃଶ୍ୟ କଏଦ ହୋଇଛି । ସୋମବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୨୪ ଜଣ ଆହତ ମଧ୍ୟ ହୋଇଥିଲେ । ବିସ୍ଫୋରଣ ସମ୍ପର୍କରେ ଏପର୍ଯ୍ୟନ୍ତ ଅନେକ ଖୁଲାସା ହୋଇଛି ।

ବିସ୍ଫୋରଣର ସିସିଟିଭି ଫୁଟେଜରେ ଜଣେ ସନ୍ଦିଗ୍ଧ ଜୈଶ ଆତଙ୍କବାଦୀ ଉମରର କାର ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ବିସ୍ଫୋରଣର ସିସିଟିଭି କଣ୍ଟ୍ରୋଲ ରୁମ୍ ଫୁଟେଜ୍ ଦେଖନ୍ତୁ, ଯେଉଁଥିରେ ସ୍ପଷ୍ଟ ଭାବରେ ଏକ ଲାଲକିଲ୍ଲା ବ୍ଲାଷ୍ଟ ଦେଖାଯାଉଛି ।

ଦିଲ୍ଲୀ ଲାଲକିଲାରେ ଘଟିଥିବା ବିସ୍ଫୋରଣ ଏକ ଆତ୍ମଘାତୀ ବିସ୍ଫୋରଣ ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । କାରଣ ଏହା ନିର୍ଦ୍ଧିଷ୍ଟ ସ୍ଥାନକୁ ଟାର୍ଗେଟ କରି ବିସ୍ଫୋରଣ ଘଟାଇ ନଥିଲା । ଯୋଜନାବଦ୍ଧ ଭାବେ ବିସ୍ଫୋରଣ ଘଟାଇଥିଲେ ଅଧିକ ସଂଖ୍ୟକ ଲୋକ ମୃତ ଓ ଆହତ ହୋଇଥାନ୍ତେ ।

ଶନିବାର ଓ ରବିବାର ହରିୟାଣାର ଫରିଦାବାଦରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ଏଜେନ୍ସି ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇଥିଲା । ଫରିଦାବାଦ, ଉତ୍ତରପ୍ରଦେଶ ସାହରଣପୁର ଓ ଜମ୍ମୁ-କଶ୍ମୀରର ପୁଲୱାମାରୁ ୪ଜଣ ଡାକ୍ତରଙ୍କୁ ୪ଦିନ ମଧ୍ୟରେ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ପ୍ରାୟ ୨୯୦୦ କିଲୋ ବିସ୍ଫୋରକ ଓ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଦିଲ୍ଲୀ ଲାଲକିଲ୍ଲାରେ ସୋମବାର ସନ୍ଧ୍ୟାରେ ହୋଇଥିବା ଏହି ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି।

Leave A Reply

Your email address will not be published.