ବିଲ ମୁଣ୍ଡରେ ଶୋଇ ରହିଛି ବଉଳା କୁମ୍ଭୀର, ଚାଷୀ ଭୟଭୀତ

youtube

ରାଜନଗର : ବିଲ ମୁଣ୍ଡରେ ଜଗି ରହିଛି ବିରାଟକାୟ ବଉଳା କୁମ୍ଭୀର । ତିନିଦିନ ହେବ କୁମ୍ଭୀରଟି ବିଲ ମୁଣ୍ଡରେ ଶୋଇ ରହିଥିବାରୁ ବିଲକୁ ଯିବାକୁ ଭୟ କରୁଛନ୍ତି ଚାଷୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ଗୋପାଳପୁର , କେରଡାଗଡର ମୁଖ୍ୟ ରାସ୍ତା ନିକଟସ୍ଥ ଘୋଡାପାରିଆ ଗାଁ ଛକ ନିକଟ ବିଲ ମୁଣ୍ଡରେ କୁମ୍ଭୀରଟି ଶୋଇ ରହିଛି । ରାତିରେ ନିକଟସ୍ଥ କେନାଲ ଓ ପୋଖରୀରେ ପଶି ମାଛ ଖାଇବା ପରେ କୁମ୍ଭୀରଟି ଦିନ ହେଲେ ବିଲ ମୁଣ୍ଡକୁ ଉଠି ଆସି ଏଠାରେ ଶୋଇ ରହୁଛି । ଗାଁ ଲୋକେ କୁମ୍ଭୀରକୁ ଦେଖି ଭୟଭୀତ ହୋଇ ପଡିଛନ୍ତି । ସ୍ଥାନୀୟ ଲୋକେ ପ୍ରତ୍ୟକ ସମୟରେ ନିକଟସ୍ଥ ପୋଖରୀ ଓ କେନାଲ ଉପରେ ନିର୍ଭରଶୀଳ ହୋଇଥିବାରୁ ଧନଜୀବନ କ୍ଷତି ହେବାର ଆଶଙ୍କା ରହିଛି । କୁମ୍ଭୀରଟିକୁ ଉଦ୍ଧାର କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.