୮.୩୪ ଲକ୍ଷ ଟଙ୍କା ଘୋଟଲା: ପାକ୍ସ ପୂର୍ବତନ ମୁଖ୍ୟ ଗିରଫ

youtube

କଟକ : ୮ ଲକ୍ଷ ୩୪ ହଜାର ଟଙ୍କା ଘୋଟଲାରେ ପାକସ ପୂର୍ବତନ ମୁଖ୍ୟ ଗିରଫ । ଗିରଫ କଲା ଓଡିଶା ଭିଜିଲାନ୍ସ। ବଲାଙ୍ଗୀର ପାଟଣାଗଡ଼ ପଣ୍ଡାମୁଣ୍ଡା ପାକସ ପୂର୍ବତନ ସମ୍ପାଦକ କୁଶଧ୍ୱଜ ସାହୁ। ପ୍ରାଥମିକ କୃଷି କୋଅପରେଟିଭ ସୋସାଇଟିରେ ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ତଦନ୍ତ ପରେ ୮ ଲକ୍ଷ ୩୪ ହଜାର ୪୮୯ ଟଙ୍କାର ଅର୍ଥ ହେରଫେର ଜଣା ପଡିଥିଲା ।  ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ହୋଇଥିଲା ଅର୍ଥ ହେରଫେର। ଅର୍ଥ ହେରଫେର ଜାଣିବା ପରେ ଭିଜିଲାନ୍ସ ସମ୍ବଲପୁରରେ ହୋଇଥିଲା ଏକ ମାମଲା। ଆଜି ଗିରଫ ହୋଇ ବଲାଙ୍ଗୀର ଭିଜିଲାନ୍ସ କୋର୍ଟରେ ଚାଲାଣ ହୋଇଛନ୍ତି ଅଭିଯୁକ୍ତ।

Leave A Reply

Your email address will not be published.