ଡିସେମ୍ବର ୨୨ରୁ ୩୧ ମଧ୍ୟରେ ହେବ +୨ ଇଣ୍ଟରନାଲ ଆସେସ୍‌ମେଣ୍ଟ

youtube

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଆସେସ୍‌ମେଣ୍ଟ/ପ୍ରୋଜେକ୍ଟ ପରୀକ୍ଷା ଆସନ୍ତା ଡିସେମ୍ବର ୨୨ରୁ ୩୧ ମଧ୍ୟରେ ଅନୁଷ୍ଠିତ ହେବ। ସମସ୍ତ ପଞ୍ଜିକୃତ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଏହା ବାଧ୍ୟତାମୂଳକ। କେବଳ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରରେ ଇଣ୍ଟରନାଲ ଆସେସ୍‌ମେଣ୍ଟ/ପ୍ରୋଜେକ୍ଟ ପରୀକ୍ଷା କରାଯିବ। ଜଣେ ରେଗୁଲାର ପ୍ରାର୍ଥୀଙ୍କୁ ସମସ୍ତ ଇଣ୍ଟରନାଲ ଏବଂ ପ୍ରୋଜେକ୍ଟ କମ୍ପୋନେଣ୍ଟରେ ଉତ୍ତୀର୍ଣ୍ଣ ହେବାକୁ ୨୦ରୁ ଅତିକମ୍‌ରେ ୬ ମାର୍କ ଏବଂ ୧୦ରୁ ସର୍ବନିମ୍ନ ୩ ମାର୍କ ରଖିବାକୁ ପଡ଼ିବ।

ଯଦି କୌଣସି ଛାତ୍ରଛାତ୍ରୀ ଇଣ୍ଟରନାଲ ଆସେସ୍‌ମେଣ୍ଟ/ପ୍ରୋଜେକ୍ଟ ପରୀକ୍ଷାରେ ଅନୁପସ୍ଥିତ ରୁହନ୍ତି ତେବେ ତାଙ୍କୁ ଅକୃତକାର୍ଯ୍ୟ (ଫେଲ୍) ଘୋଷଣା କରାଯିବ। ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ କୌଣସି ପ୍ରକାର ଇଣ୍ଟରନାଲ ପରୀକ୍ଷା ହେବନି। ଦ୍ବାଦଶ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଆସେସ୍‌ମେଣ୍ଟ/ପ୍ରୋଜେକ୍ଟ ପରୀକ୍ଷା ପାଇଁ ସିଏଚ୍‌ଏସ୍‌ଇ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ ଏହା ଉଲ୍ଲେଖ ରହିଛି।

ମାର୍ଗଦର୍ଶିକା ଅନୁଯାୟୀ, ଇଣ୍ଟରନାଲ ଆସେସ୍‌ମେଣ୍ଟ/ପ୍ରୋଜେକ୍ଟ ପରୀକ୍ଷା ପାଇଁ କମ୍ପ୍ୟୁଟରୀକୃତ ମାର୍କିଂ ବ୍ୟବସ୍ଥା ରହିବନି। ଇଣ୍ଟରନାଲ ଆସେସ୍‌ମେଣ୍ଟ ମାର୍କ ଏବଂ ଦ୍ବାଦଶ ଉତ୍ତରଖାତା ଫଳ ଘୋଷଣା ପରେ ୬ ମାସ ସଂରକ୍ଷିତ ରହିବ। ଡିସେମ୍ବର ୨୨ରୁ ୩୧ ମଧ୍ୟରେ ଯଦି କୌଣସି ରେଗୁଲାର ପରୀକ୍ଷାର୍ଥୀ ନିର୍ଦିଷ୍ଟ କାରଣ ପାଇଁ ଇଣ୍ଟରନାଲ/ପ୍ରୋଜେକ୍ଟ ପରୀକ୍ଷା ଦେଇନପାରନ୍ତି, ଜାନୁଆରୀ ୧୦ରୁ ୧୫ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ସୁଯୋଗ ଦିଆଯିବ। ଅନୁପସ୍ଥିତ ରହି‌େ‌ଲ ଫେଲ୍‌ ଘୋଷଣା କରାଯିବ।

Leave A Reply

Your email address will not be published.